କରୋନା ଲକ୍ଷଣ ଜାଣିବା ପାଇଁ ତିଆରି ହୋଇଛି ଏହି ୱେବସାଇଟ୍

1 min read

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଥଣ୍ଡା ଜ୍ୱର ହଲେ ମଧ୍ୟ ଅଧିକାଂଶ ଲୋକେ ଚିନ୍ତିତ ରହୁଛନ୍ତି । ତେବେ ଏହି ଲକ୍ଷଣଗୁଡିକ କରୋନା ପାଇଁ ହେଉଛି ନା ନାହିଁ ତାହା ଜାଣିବା ପାଇଁ ଏକ ସରଳ ଉପାୟ ସାମ୍ନାକୁ ଆସିଛି । ତେବେ ଏକ ହିନ୍ଦି ୱେବସାଇଟ୍ ଏହି ସମସ୍ୟାର ସମାଧାନ କରିପାରିବ। ଏହି ୱେବସାଇଟି ହେଉଛି CoronaJankari.in । ହିନ୍ଦୀରେ ଏହି ନିଆରା ୱେବସାଇଟ୍ ପ୍ରସ୍ତୁତ କରିଥିବା ପ୍ରଶାନ୍ତ ଶର୍ମା ଜଣେ ଆଇଏଏସ୍ ଅଧିକାରୀ। ପ୍ରଶାନ୍ତ ଶର୍ମାଙ୍କୁ ପ୍ରଥମେ ଗୋଣ୍ଡା ଜିଲ୍ଲାରେ ପୋଷ୍ଟିଂ ହୋଇଥିଲା । ଏହା ପରେ ବରେଲିର କାନପୁରରେ ସେ ଏସଡିଏମ୍ ଥିଲେ । ଦୁଇ ବର୍ଷ ପାଇଁ ଲକ୍ଷ୍ନୌରେ ସି.ଡି.ଓ. ଭାବେ ନିଯୁକ୍ତ ଥିଲେ । ଏବେ ସେ ନିଯୁକ୍ତି ବିଭାଗରେ କାମ କରୁଛନ୍ତି ।

ଏହି ୱେବସାଇଟ୍ ଖୋଲିବା ମାତ୍ରେ କରୋନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାର୍ତ୍ତା ଆସେ। ଏହା ପରେ ଏକ ଇଣ୍ଟରାକ୍ଟିଭ୍ ଟୁଲ୍ ଆସେ – ” କରୋନାର ଲକ୍ଷଣ ଅଛି କି? ଯାଞ୍ଚ କରନ୍ତୁ । ” ଏହାକୁ କ୍ଲିକ୍ କରିବା ପରେ, ୱେବସାଇଟ୍ ପ୍ରଥମେ ପିନକୋଡ୍ ମାଗେ । ତା’ପରେ ବୟସ ସହ ପୁରୁଷ ନା ମହିଳା ପଚାରିଥାଏ । ଏହା ପରେ ଲକ୍ଷଣ ବିଷୟରେ ୧୦-୧୨ ପ୍ରଶ୍ନ ପଚାରିଥାଏ ।

ତେବେ ଖାସ କଥା ହେଉଛି, ଲୋକଙ୍କ ଉତ୍ତର ନେଇ ୱେବସାଇଟ୍ ଅଧିକ ପ୍ରଶ୍ନ ପଚାରିଥାଏ । ସମସ୍ତ ପ୍ରଶ୍ନର ଉତ୍ତର ଦେବା ପରେ ୱେବସାଇଟ୍ କରୋନା ଲକ୍ଷଣ ରହିଛି ନା ନାହିଁ ତାହା ଉତ୍ତର ଦିଏ । ସାଧାରଣ ଲୋକଙ୍କୁ ଘରେ ରହି ସାମାଜିକ ଦୂରତା ପାଳନ କରିବା ଜରୁରୀ । ଏଥିପାଇଁ ସାମାନ୍ୟ ଜ୍ୱର ଥଣ୍ଡା ହେଲେ ଏହି ୱେବସାଇଟ୍ ର ସାହାଯ୍ୟ ନେଇପାରିବେ । ଯଦି କୌଣସି ବ୍ୟକ୍ତିଙ୍କୁ କରୋନା ହୋଇଥିବା ନେଇ ଅନୁଭବ ହେଉଛି ତାହେଲେ ସରକାରୀ ଅଫିସିଆଲ୍ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରି ତୁରନ୍ତ ଡାକ୍ତରଖାନା ଯିବା ଉଚିତ୍।’

ଉତ୍ତରପ୍ରଦେଶର ଟେକ୍ନିକାଲ ବିଶ୍ୱବିଦ୍ୟାଳୟର ସଫ୍ଟୱେୟାର ଇଞ୍ଜିନିୟର ପ୍ରଶାନ୍ତ ଶର୍ମା ୬ ଦିନର କଠିନ ପରିଶ୍ରମ ପରେ ଏହି ୱେବସାଇଟ୍ ତିଆରି କରିବାରେ ସଫଳ ହୋଇଥିଲେ। ଏହି ନିଆରା ୱେବସାଇଟ୍ ପାଇଁ ପ୍ରଶାନ୍ତଙ୍କର ବହୁ ପ୍ରଶଂସା କରାଯାଇଛି । ଗତ ମାସ ମାର୍ଚ୍ଚରେ ହୋଲି ପରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ସେଥିପାଇଁ ସଂକ୍ରମଣ ବିଷୟରେ ଅନେକ ଗୁଜବ ମଧ୍ୟ ବ୍ୟାପିବାରେ ଲାଗିଥିଲା।

ଏହା ବ୍ୟତୀତ ୱେବସାଇଟ୍ର ଆକର୍ଷଣୀୟ ଫିଚର ହେଉଛି ଏହାର “ଡାଇଗ୍ନୋଷ୍ଟିକ୍ ଟୁଲ୍” । ଏହି ଡାଇଗ୍ନୋଷ୍ଟିକ୍ ଟୁଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଆଧାରିତ । ପ୍ରଶାନ୍ତ କହିଛନ୍ତି ଯେ, ଏହି ଡାଇଗ୍ନୋଷ୍ଟିକ୍ ଟୁଲ୍ ବ୍ରିଟେନରେ ବ୍ୟବହାର କରାଯାଉଥିଲା। ସେଥିପାଇଁ ସେ ଏହି ୱେବସାଇଟରେ ଡାଇଗ୍ନୋଷ୍ଟିକ୍ ଟୁଲର ବ୍ୟବହାର କରିଛନ୍ତି । ଏହାର ଆଉ ଏକ ଫାଇଦା ହେଉଛି, ଡାଇଗ୍ନୋଷ୍ଟିକ୍ ଟୁଲ ବ୍ୟବହାର କରିବା ପୂର୍ବରୁ ଏକ PIN କୋଡ୍ ନମ୍ବର ଦିଆଯାଏ ।

ଏହା ବ୍ୟତୀତ ୱେବସାଇଟ୍ ଦ୍ୱାରା ଦେଶରେ କରୋନାର ସ୍ଥିତି କ’ଣ, କରୋନା ରୋଗୀଙ୍କ ସଂଖ୍ୟା କେତେ, କେତେ ଜଣ ସୁସ୍ଥ ହୋଇଛନ୍ତି ଏଭଳି ସମସ୍ତ ସୂଚନା ମିଳିବ । କରୋନା ଜଡିତ ସମସ୍ତ ସୂଚନା ଏବଂ ସରକାରୀ ନିର୍ଦ୍ଦେଶ ୱେବସାଇଟରେ ରହିଛି ।

 

Leave a Reply