ୱେବ୍ ସିରିଜରେ ଦର୍ଶକ ଦେଖିବେ ରମେଶର ଠକେଇ କାହାଣୀ

1 min read

ଭୁବନେଶ୍ୱର: ଠକ ଡାକ୍ତର ରମେଶକୁ ନେଇ ତିଆରି ହେବାକୁ ଯାଉଛି ଓ୍ବେବ ସିରିଜ୍‌ । ମୁମ୍ବାଇର ଏକ ପ୍ରଡକ୍ସନ ସଂସ୍ଥା ଏହି ଓ୍ବେବ ସିରିଜ କରିବାକୁ ଅଣ୍ଟା ଭିଡ଼ିଛି । ଏନେଇ କମିଶନରେଟ ପୋଲିସ ସହ ଯୋଗାଯୋଗ କରିବା ସହ ରମେଶ ଠକେଇ କାହାଣୀର ଆଲୋଚନା କରିଛି । ସେପଟେ ତୃତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆସିବ 420 ଭାଇର ଠକ ଭଉଣୀ । ଭାଇ ଭଉଣୀକୁ ମୁହାଁମୁହିଁ ଜେରା କରିବ ତଦନ୍ତକାରୀ ଟିମ । ଓଡ଼ିଶା ନୁହେଁ ଆନ୍ତଜାର୍ତୀୟ ସ୍ତରରେ ଗଣମାଧ୍ୟମ ସଂସ୍ଥା ରମେଶଙ୍କ ଠକେଇ ବାବଦରେ ଖବର ପ୍ରସାରିତ ହୋଇଥିବା ପୋଲିସ କହିଛି ।

୪୨୦ ରମେଶ ସ୍ବାଇଁଙ୍କୁ ନେଇ ତିଆରି ହେବ ଓ୍ବେବ ସିରିଜ୍ । ପରଦାରେ ଦମ ଦେଖାଇବ ପିଙ୍କ୍ ଟିମ । ରମେଶ ଆଣ୍ଡ କୋ କେମିତି କରୁଥିଲେ ଅପରସେନ ଚିଟିଙ୍ଗ୍ । ରମେଶଙ୍କ ଥାଟ ବାଟ, କଥାବାର୍ତା, ଚରିତ୍ର ଓ ଚେହେରାକୁ ନେଇ ଅଙ୍କ କଷିଛନ୍ତି ଫିଲ୍ମ ନିର୍ମାତା । ବିବାହ ଓ ଠକେଇ ନାମରେ ରମେଶ କେମିତି ମହିଳାଙ୍କୁ କରୁଥୁଲେ ନେକ୍ସଟ ଟାର୍ଗେଟ, ସେନେଇ କାହାଣୀର ରହିଛି ଷ୍ଟୋରୀ ଲାଇନ । ପୋଲିସ ଠାରୁ ଠକର ପୃଷ୍ଠଭୂମି, ଠକିବା ଶୈଳୀ ଓ କାହାଣୀ ଶୁଣିବା ପରେ ଓ୍ବେବ ସିରିଜର ବଛା ବଛା ଷ୍ଟାର କାଷ୍ଟ ନେବା ଚିନ୍ତା କରିଛନ୍ତି । ଏକାଧିକ ନିର୍ଦ୍ଦେଶକ ଓ ଲେଖକ ରମେଶଙ୍କ ବାବଦରେ ପୋଲିସ ସହିତ ଆଲୋଚନା କରିଛନ୍ତି ।

ଏପରିକି ଭାଇ-ଉଉଣୀ ଠକେଇ ସିଣ୍ଡିକେଟକୁ ନେଇ ଦର୍ଶକଙ୍କୁ ଛୁଇଁଲା ପରି ଟାଇଟଲର ନାମ ପୋଲିସ ଆଗରେ କିଛି ନିର୍ମାତା କହିଥିବା ଜଣା ପଡିଛି । ସେପଟେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଠକେଇର ଫର୍ଦ୍ଦ ବଢିବାରେ ଲାଗିଛି । ଓଡ଼ିଶାରେ ୧୪ଟି ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ବାହାରେ ୧୫ଟି ମାମଲା ରୁଜୁ ହୋଇଥିବା ପୋଲିସ ଖବର ପାଇଛି ।  ସେପଟେ ଦ୍ବିତୀୟ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡରେ ମାରାଥନ ଜେରା କରିଛି ପିଙ୍କ ଟିମ୍‌ । ଜେରା ବେଳେ ଅଧା ଢୁକୁଥିବା ବେଳେ ଅଧା କହୁଛନ୍ତି ରମେଶ । ଆଜି ପୋଲିସ ପ୍ରଶ୍ନ ବାଣରେ କାନ୍ଦି ପକାଇଛନ୍ତି । ଠକ ରମେଶର କାମାକ୍ଷାନଗର ଗୁପ୍ତ କ୍ଳିନିକର ଗୁମର ଖୋଲିଛି ପିଙ୍କ୍ ଟିମ । କ୍ଲିନିକ୍‌ର ଅଣ୍ଡର ଗ୍ରାଉଣ୍ଡରେ ଥିବା ୧୮ଟି ରୁମରୁ ସନ୍ଧେହ ଜନକ ପ୍ରମାଣ ପୋଲିସ ହାତରେ ଲାଗିଛି ।

ରମେଶଙ୍କ ପାଖକୁ ଯେଉଁ ସବୁ ରୋଗୀ ଆସୁଥିଲେ, ସେମାନଙ୍କୁ ଅନ୍ୟଜଣ ଲୋକଙ୍କୁ ଫୋନ୍ କରି ରୋଗ ବାବଦରେ ମେଡିସିନ ପ୍ରେସକ୍ରିପ୍‌ସନ୍ ଦେଉଥିଲେ । ଠକେଇ ଟଙ୍କାକୁ ଖୁଣ୍ଟୁଣୀର ଫାର୍ମ ହାଉସ, ପାଟକୁରାର କୁକୁଡା ଫାର୍ମ ହାଉସରେ ବିନିଯୋଗ କରିଥିଲେ । ଏହା ବାଦ ଠକେଇ ଟଙ୍କା କେଉଁଠାରେ ଇନଭେଷ୍ଟ ହୋଇଛି ? ଅଙ୍ଗ ତସ୍କରୀର ଅଭିଯୋଗକୁ ନେଇ ଝାଳବୁହା ଜେରା କରିଛି ପୋଲିସ । ଠକ ରମେଶଙ୍କ ବିଭିନ୍ନ ବ୍ୟାଙ୍କରେ ୧୫ରୁ ଅଧିକ ଆକାଉଣ୍ଟ ଥିବା ପୋଲିସ ଜାଣିବାକୁ ପାଇଛି । ଠକେଇର ଚେର ମୂଳ ଉପାଡିବାକୁ ଉଭୟ ଭାଇ ଭଉଣୀଙ୍କୁ ତୃତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆଦେବନ କରିବ ପିଙ୍କ ଟିମ୍‌ ।

୧୮ଭାଉଜଙ୍କ ଗେହ୍ଲୀ ନଣନ୍ଦ ନଣନ୍ଦ ପୁଟୁଳିରେ ନେଇଥିବା ଟଙ୍କା ଓ ସୁନା କେଉଁଠି ରଖିଛନ୍ତି ? ଆଗକୁ ଆଉ କାହାକୁ ଠକିବା ପାଇଁ କରିଥିଲେ ପ୍ଲାନ ? ଏ ସବୁ ଉତ୍ତର ପାଇଁ ଏବେ ଉଭୟଙ୍କୁ ରିମାଣ୍ଡରେ ମୁହାଁମୁହିଁ ଜେରା କରିବ ତଦନ୍ତକାରୀ ଟିମ । ସେପଟେ ରେମଶର କ୍ଳିନିକ କେଳେଙ୍କାରୀ ବାବଦରେ ନୋଟିସ ପାଇଁ ମହିଳା ଥାନାରେ ହାଜର ହୋଇଛନ୍ତି କେୟାର ଟେକର ।

Leave a Reply