ଆଜିଠୁ ବଦଳିବ ପାଗ: ଘଡ଼ଘଡି ସହ ବୃଷ୍ଟିପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର

1 min read

ଭୁବନେଶ୍ବର: ଆଜିଠୁ ବଦଳିବ ପାଗ। ଗରମରୁ ଆଶ୍ଵସ୍ତି ଦେବ କାଳ ବୈଶାଖୀ ବର୍ଷା। ଘଡ଼ଘଡି ସହ ବୃଷ୍ଟିପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର,କୋରାପୁଟ, ଓ ମାଲାକନଗିରି ଜିଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବାନେଇ ଅନୁମାନ କରାଯାଉଛି । ଏହି ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।ସେପଟେ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ 42°C ରେକର୍ଡ କରାଯାଇଛି । ଚଳିତ ଅପ୍ରେଲରେ ରାଜ୍ୟରେ ଅସହ୍ୟ ତାତି ଅନୁଭବ ହୋଇପାରେ । ସ୍ୱାଭାବିକ ଠାରୁ ଅଧିକ ଦିନ ଗ୍ରୀଷ୍ମପ୍ରବାହ ଅନୁମାନ କରିଛି ପାଣିପାଗ କେନ୍ଦ୍ର ।