ଦିନକ ପରେ ରାଜ୍ୟରେ ପାଗ ଶୁଖିଲା ହେବ

ଭୁବନେଶ୍ୱର: ଆଗକୁ ବର୍ଷାରେ ଲାଗିବ ବ୍ରେକ୍ । ଦିନକ ପରେ ରାଜ୍ୟରେ ହେବ ଶୁଖିଲା ପାଗ । ୨୮ ତାରିଖରୁ ପାଗ ପରିବର୍ତ୍ତନ ହୋଇ ବର୍ଷା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ।

ଏଥିପାଇଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଂଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, କଟକ, ଢେଙ୍କାନାଳକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି କୋରାପୁଟ,ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଓ ବରଗଡ଼ରେ ସାମାନ୍ୟ ବର୍ଷା ହୋଇପାରେ । ବାକି ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ । ଏଯାଏ ୫ଜିଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ କେବଳ ସୁନ୍ଦରଗଡରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ବାକି ସମସ୍ତ ଜିଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା