ମୌସୁମୀ ବର୍ଷାରେ ଭଜିବ ପହିଲି ରଜ

1 min read
Low Pressure Rain To Continue Till Next Three Days Odisha

ଭୁବନେଶ୍ୱର: ୨୪ ଘଣ୍ଟାରେ ଓଡ଼ିଶା ଛଇଁବ ମୌସୁମୀ । ଫଳରେ ଚଳିତବର୍ଷ ମୌସୁମୀ ବର୍ଷାରେ ଭିଜିବ ରଜ । ହେଲେ ମୌସୁମୀ ପୂର୍ବରୁ ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ।

ଫଳରେ ୧୨ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏନେଇ  ୮ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରୁକୁ ନଯିବାକୁ ବାରଣ କରାଯାଇଛି ।

Leave a Reply