୧୨ ଘଣ୍ଟା ଗଭୀର ଅବପାତର ରୂପ ନେବ ଲଘୁଚାପ ! ଏହିସବୁ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି

1 min read

ଭୁବନେଶ୍ୱର: ଅବପାତର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଲଘୁଚାପ । ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ  । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତିକରୁଛି ଅବପାତ  ।  ଆନ୍ଧ୍ର ପ୍ରଦେଶର ନର୍ସାପୁର ଓ ବିଶାଖାପାଟଣା ଦେଇ ଅତିକ୍ରମ କରିବ  । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାରେ ଆସନ୍ତକାଲି ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି  ।

ଏନେଇ ୟେଲୋ ଓ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜିଲ୍ଲାର ଜିଲ୍ଲାପାଳଙ୍କୁ କରାଯାଇଛି ସତର୍କ  । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସ୍ଥିତି ସୃଷ୍ଟି ହୋଇପାରେ  । ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ଘଣ୍ଟାକୁ ସର୍ବାଧିକ ୭୦ କିମି ବେଗରେ ପବନ ବହିପାରେ  । ଏନେଇ ସତର୍କ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି ।

ତେବେ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ କରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି  । ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, ନୂଆପଡ଼ା, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଭଦ୍ରକ ଜିଲ୍ଲାରେ ୟଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି  ।

 

Leave a Reply