ଶୀତ ପରେ ବର୍ଷା, ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ଲୁଚକାଳି ଖେଳୁଛି ପାଣିପାଗ । ଶୀତ ପରେ ବର୍ଷା ଆଉ ବର୍ଷା ପରେ ପୁଣି ଶୀତ । ଆଜି ଦକ୍ଷିଣ ଏବଂ ପଶ୍ଟିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଏହିଭଳି ବର୍ଷା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏବେ ହରିୟାଣା ଠାରୁ ଦକ୍ଷିଣ ଉତ୍ତର ପ୍ରଦେଶ ଦେଇ ବିହାର ଏବଂ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି ।

ଏହା ସହିତ ପଶ୍ଚିମା ଝଡ଼ ମଧ୍ୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା କଟକ, ଜଗତସଂହପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ତେବେ ବର୍ଷା ପରେ ପୁଣି ଫେରିବ ଶୀତ ।

ସେପଟେ ସ୍ୱଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୭ ତାରିଖରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଶୀତ ବଢିବ ।

Leave a Reply