spot_img

Latest Posts

ଓଡିଶାକୁ ଘନେଇଲା ବାତ୍ୟା ବିପଦ; ଚିତ୍ର ସ୍ପଷ୍ଟ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଓଡିଶାକୁ ଘନେଇଲା ବାତ୍ୟା ବିପଦ। ଆସୁଛି ବାତ୍ୟା ସି-ତ୍ରାଙ୍ଗ। ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ। ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ କେନ୍ଦ୍ରୀଭୂତ ।

ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୨ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ଅବପାତର ରୂପ। ୨୩ କିମ୍ବା ୨୪ ତାରିଖ ବେଳକୁ ନେବ ବାତ୍ୟାର ରୂପ । ଏହାର ପ୍ରଭାବରେ ୨୨ ତାରିଖ ସକାଳୁ ଓଡିଶାରେ ଆରମ୍ଭ ହେବ ବର୍ଷା । ଘଣ୍ଟା ପ୍ରତି ୪୫ ରୁ ୬୫ କିମି ବେଗରେ ରହିବ ପବନର ବେଗ । ସମୁଦ୍ରରେ ଆସିବ ଉଚ୍ଚ ଜୁଆର, ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି ।

୨୩ ସକାଳୁ ବଢିବ ବର୍ଷାର ପରିମାଣ । ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ବାତ୍ୟା କେଉଁ ଉପକୂଳ ଅତିକ୍ରମ କରିବ, କେବେ ଅତିକ୍ରମ କରିବ, ଏହାର ତୀବ୍ରତା କେତେ ରହିବ, ସେନେଇ ପୂର୍ବାନୁମାନ କରାଯାଇନଥିବା ଆଇଏମ୍‌ଡି ଡିଜି କହିଛନ୍ତି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ। ବାତ୍ୟାର ଗତିପଥ ସ୍ପଷ୍ଟ ହେବା ପରେ ଏହାର ପ୍ରଭାବ କେଉଁ ଅଞ୍ଚଳରେ ଅଧିକ ପଡିବ ସେନେଇ ଜଣାପଡିବ।

Latest Posts

Don't Miss