ରାଜ୍ୟରେ ବଢ଼ିବ ତାତି, ଆଉ ହେବନି କାଳବୈଶାଖି
1 min read
ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିବ ତାତି। ଆଉ ପଡିବନି କାଳବୈଶାଖୀର ପ୍ରଭାବ l ଆସନ୍ତା କାଲି ଠାରୁ ଫେରିବ ତାତି । ଦିନ ସହ ରାତିରେ ବି ହେବ ଅସହ୍ୟ ଗରମ ଓ ଗୁଳୁଗୁଳି l ଦିନରେ ଯେମିତି ଖରା ଗରମରେ ଲୋକେ ହନ୍ତସନ୍ତ ହେବେ, ସେମିତି ରାତ୍ରିର ଗୁଲୁଗୁଲି ବି କରିବ ନାକେଦମ୍ l ଆସନ୍ତାକାଲି ଠାରୁ ତାପମାତ୍ରା ବଢୁଥିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ l ୧୨ ତାରିଖ ପରେ ସମଗ୍ର ଓଡ଼ିଶାରେ ତାତି ଫେରିବା ସହିତ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ l ୧୫ ତାରିଖ ପରେ ଆହୁରି ବଢିବ ତାପମାତ୍ରା l ସେପଟେ ଆକାଶ ମାର୍ଗରେ ମିସାଇଲ ଆଉ ଡ୍ରୋନ ବ୍ଲାଷ୍ଟ ପରେ ପରିବେଶ ଉପରେ ବି ଏହାର କୁପ୍ରଭାବ ପଡିବ l ପାଣିପାଗରେ ପରିବର୍ତନ ପରିଲକ୍ଷିତ ହେବ l ତାପମାତ୍ରା ବଢିବ l ଆଜି ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା ହୋଇଛି।
ହୀରାକୁଦ ୩୯.୪°C , ସମ୍ବଲପୁର ୩୯°C, ବାଲେଶ୍ୱର ୩୮°C, ଭୁବନେଶ୍ୱର ୩୭.୬°C, ଚାନ୍ଦବାଲି ୩୭.୨°C, ରାଉରକେଲା ୩୭°C, ପୁରୀ ୩୫°C ।