spot_img

Latest Posts

ରାଜ୍ୟରେ ଉପରମୁହାଁ ହେବ ପାରଦ, ୬ ଡିଗ୍ରୀ ଯାଏ ବଢ଼ିବ ତାତି

ଭୁବନେଶ୍ବର: ଆଗକୁ ବଢ଼ିବ ତାତି। ୪ରୁ ୬ ଡିଗ୍ରୀ ଯାଏଁ ବଢିବ ତାତି। ଦୁଇ ଦିନ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ। ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି। ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା। ଆସନ୍ତାକାଲିଠୁ ରାଜ୍ୟରେ ବଦଳିବ ପାଗ। ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ପାଇଁ ବଢିବ ତାତି। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ଅସମ୍ଭାଳ ହେବ ସ୍ଥିତି।

ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଉପକୂଳ ଓଡିଶାରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ। ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ଗ୍ରୀଷ୍ମପ୍ରବାହ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

 

Latest Posts

Don't Miss