spot_img

Latest Posts

ରାଜ୍ଯରେ ଅଦିନିଆ ଲଗାଣ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ଯରେ ଅଦିନିଆ ଲଗାଣ ବର୍ଷା। ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଝାଡ଼ଖଣ୍ଡରୁ ଓଡ଼ିଶା ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳ ଯାଏ ଏକ ନିମ୍ନଚାପ ଲମ୍ବିଛି। ତା ସହିତ ଗୁରୁଚାପ ବଳୟ କ୍ରମାଗତ ଭାବରେ ତିନିରୁ ଚାରି ଦିନ ଧରି ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି।  ବାୟୁମଣ୍ଡଳର ମଧ୍ୟ ଭାଗରୁ ଉପରି ଭାଗ ଯାଏଁ ନିମ୍ନଚାପରେଖା ଓଡ଼ିଶାରେ ସକ୍ରିୟ ହେବାର ସମ୍ଭାବନା ରହିଛି। ତିନୋଟି ପାଣିପାଗର ନିୟାମକ ପ୍ରଭାବରେ ରାଜ୍ଯରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି ।

ଆଜି ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ରହିପାରେ। କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ କୁଆପଥର ବର୍ଷା  ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପାଇଁ ସତର୍କ ରହିବାକୁ  ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ତେବେ ୨୨ ତାରିଖ ଠାରୁ ତାପମାତ୍ରା ଧିରେଧିରେ ବୃଦ୍ଧି ହେବାର ସମ୍ଭାବନା ରହିଛି।

Latest Posts

Don't Miss