୯ ଦିନ ପରେ ରାଜଧାନୀରେ କମିଲା ବର୍ଷା ପ୍ରଭାବ

1 min read

ଭୁବନେଶ୍ୱର: ଛତିଶଗଡ଼ ମୁହାଁ ଅବପାତ । ତେଣୁ ବର୍ଷାର ପ୍ରଭାବ କମିଛି । ଦୀର୍ଘ ୯ ଦିନର ବ୍ୟବଧାନ ପରେ ରାଜଧାନୀରେ ପାଣିପାଗ ଭଲ ଅଛି । ବର୍ଷାର ପ୍ରଭାବ କମିଥିବା ବେଳେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁ ପବନର ବେଗ ବୃଦ୍ଧି ପାଇଛି । ଘଣ୍ଟାପ୍ରତି ବେଗ ୨୫ ରୁ ୩୦ କିମି ଯାଏଁ ରହୁଛି । ଅବପାତ ଘଣ୍ଟା ପ୍ରତି ୩୪ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି, ବର୍ତ୍ତମାନ ଉତ୍ତର-ଆଭ୍ୟନ୍ତରୀଣ ଓଡିଶା, ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି ।

ଏହା ଝାରସୁଗୁଡା ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ପାଖା ପାଖି ୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି  । ଆଗାମୀ ୧୨ ଘଣ୍ଟା ଯାଏଁ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି  । ଅନ୍ଯପକ୍ଷରେ ଗତ ଦିନରେ ଚାଲିଥିବା ଲଗାଣ ବର୍ଷା କାରଣରୁ ମହାନଦୀରେ ଜଳସ୍ତର ବଢ଼ିଛି । ଏହି କାରଣରୁ ମଧ୍ୟମ ଧରଣର ବନ୍ୟା ସ୍ଥିତି ଦେଖାଯାଇଛି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଯାଇଛି ।