ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା !

1 min read
Weather Forecast

ଭୁବନେଶ୍ୱର: ଏବେ ମିଳିବନି ତାତିରୁ ତ୍ରାହି । ଗ୍ରୀଷ୍ମ ପ୍ରବାହରେ ଆହୁରି କଲବଲ ହେବ ଜନଜୀବନ । ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ତାତି ଅସମ୍ଭାଳ ହେବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର । ଓଡ଼ିଶା ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହ ହେଉଥିବାରୁ ତାତି ବଢୁଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବନି । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ପାରଦ । ୪୦ଡିଗ୍ରୀ ପାର କରିବ ରାଜ୍ୟର ଅଧିକାଂଶ ସହର । ଏଥିପାଇଁ ଆସନ୍ତାକାଲିଠୁ ୨୭ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ହିଟ ଓ୍ବେଭ ଜାରି ହୋଇଛି ।

ଆସନ୍ତାକାଲି ପାଇଁ ସୋନପୁର, ବୌଦ୍ଧ ଓ ବଲାଙ୍ଗୀରକୁ ସତର୍କତା ଜାରି ହୋଇଥିବାବେଳେ ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ ଏବଂ ୨୭ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ, ଓ କଳାହାଣ୍ଡିକୁ ଜାରି ହୋଇଛି ହିଟ ଓ୍ବେଭ୍ । ସାଧାରଣତଃ ମାର୍ଚ୍ଚରୁ ମେ ମଧ୍ୟରେ ଦିନର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ କାଳବୈଶାଖୀ । କିନ୍ତୁ ଏପ୍ରିଲ ମାସରେ କମ୍ ବର୍ଷା ତାପମାତ୍ରା ବୃଦ୍ଧିର କାରଣ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।