ତାତିବ ଓଡ଼ିଶା: ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

1 min read

ଭୁବନେଶ୍ୱର: ଆହୁରି ୨ଦିନ ଯାଏଁ ତାତିବ ଓଡ଼ିଶା । ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଖରା ପାଇଁ ଆଜି ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ ବୋଲି ଆଲର୍ଟ ଜାରି କରାଯାଇଛି  ।

Climate Change Report On Earth Climate Predict Above 2 Degree Rise In Temperature By 2100

ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୯ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ଘଣ୍ଟାରେ ରାଜ୍ୟରେ ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ବଲାଙ୍ଗୀରରେ ସର୍ବାଧିକ ୪୦.୫ ଡିଗ୍ରୀ ପାରା ରେକର୍ଡ ହୋଇଛି । ଆସନ୍ତା ଦୁଇ ଦିନରେ ରାଜ୍ୟର ଏକାଧିକ ସହର ୪୦ ଡିଗ୍ରୀ ପାର କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଲଘୁଚାପରେ ପରିଣତ ହୋଇଛି ଘୂର୍ଣ୍ଣିବଳୟ । ଏବେ ଏହା ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରର କେନ୍ଦ୍ରୀଭୂତ ହୋଇଛି । ଏହି ଲଘୁଚାପଟି ଧିରେ ଧିରେ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିବା ପରେ ଆସନ୍ତା ୧୯ ତାରିଖ ବେଳକୁ ଏକ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଏହା ଦିଗ ବଦଳାଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ପହଞ୍ଚିବ । ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୦ ତାରିଖ ସକାଳ ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।