ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଖସିବ ପାରା, ଏହିସବୁ ଜିଲ୍ଲାରେ ପ୍ରବଳ ଶୀତ

1 min read

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବିଶେଷକରି ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨- ୩ ଡିଗ୍ରୀ କମିବ । ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ।

ଏବଂ ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ବଲାଙ୍ଗିର, ମାଲକାନଗିରି ଏବଂ ନୟାଗଡ଼ରେ କୁହୁଡି ପଡ଼ିବ । ଏସବୁ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨ଶହରୁ ୮ଶହ ମିଟର ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଗକୁ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ତେବେ ଆକାଶ ନିର୍ମଳ ରହିବା ସହ ଶୀତ ବଢ଼ିବ । ବିଶେଷକରି ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି କନ୍ଧମାଳ ଜିଲ୍ଲାରେ ଲଗାତାର ବଢି ଚାଲିଛି ଶୀତ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ  କୁହୁଡ଼ିର ଆସ୍ତରଣରରେ ସାର ସହର ଢାଙ୍କି ହୋଇଛି । ଘନ କୁହୁଡ଼ି ଯୋଗୁଁ ସାଧାରଣ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହେଉଛି  । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ଲୋକେ ନିଆଁର ସାହାରା ନେଉଛନ୍ତି ।

Leave a Reply