ତାତିରେ ଲାଗିବ ବ୍ରେକ୍, ଆଜିଠାରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ
1 min read
ଭୁବନେଶ୍ବର : ତାତିରେ ଲାଗିବ ବ୍ରେକ୍ । ଆଜିଠାରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ । ଜଳୁଛି ସାରା ଓଡିଶା। ଅହୁରୀ ୪ ଦିନ ଯାଏ ଅସହ୍ୟ ତାତି ଜାରି ରହିବ। ହେଲେ ଆସନ୍ତାକାଲିଠାରୁ କାଳବୈଶାଖୀ ବର୍ଷା ଆଣିପାରେ ତାତିରୁ ଅସ୍ବସ୍ତି । ରାଜ୍ୟରେ କାଳବୈଶାଖୀ ବର୍ଷା ସହ ପବନ ଓ ବଜ୍ରପାତ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ବେଗରେ ଝଡ଼ପବନ ବହିବା ସମ୍ଭାବନା ରହିଛି । ୨୯ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ ରହିବ । ବର୍ଷା ଯୋଗୁଁ ୨ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର l