ଆସୁଛି ବଡ଼ ବର୍ଷା, ୪ ଓ ୫ ତାରିଖ ଠାରୁ ବଢିବ ବର୍ଷାର ପରିମାଣ

1 min read

ଭୁବନେଶ୍ବର : ଗତ ଦୁଇଦିନ ହେଲା ରାଜ୍ଯରେ ଚାଲିଛି ଖରାବର୍ଷାର ଲୁଚକାଳି ଖେଳ । ପ୍ରବଳ ଖରା ସାଙ୍ଗକୁ ଅକସ୍ମାତ ହେଉଛି ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଆଜି ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୪ ଓ ୫ ତାରିଖ ଠାରୁ ବର୍ଷାର ପରିମାଣ ବଢିବ । ସେହିପରି ଏଥର ବର୍ଷାରେ ଭିଜିବ ଦଶହରା । ଆସନ୍ତା ସପ୍ତାହରେ ପୁଣି ସୃଷ୍ଟି ହେବ ଲଘୁଚାପ । ୪ରୁ ୧୦ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆକଳନ କରିଛି ଆଇଏମ୍ଡି । ଉତ୍ତର-ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପରେ ହିଁ ଲଘୁଚାପର ଗତିପଥ ସ୍ପଷ୍ଟ ହେବ । ବାତ୍ଯା ସିଜନ ଥିବାରୁ ସିଷ୍ଟମ ଉପରେ ଆଇଏମ୍ଡିର ସ୍ବତନ୍ତ୍ର ନଜର ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଫେରିନି ମୌସୁମୀ । କିନ୍ତୁ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ନେଇ ଆଇଏମ୍ଡିର ଦୀର୍ଘମିଆଦି ଆକଳନ ପୂଜା ମଣ୍ଡପ ସଦସ୍ୟଙ୍କ ଛନକା ବଢାଇଛି ।