spot_img

Latest Posts

ଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ; ଏବେବି ‘ବହୁତ ଖରାପ’ ସ୍ଥିତିରେ ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେବି କମିନି ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବି ବାୟୁର ଗୁଣବତ୍ତା ‘ବହୁତ ଖରାପ’ ଶ୍ରେଣୀରେ ରହିଛି । ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ ଅନୁସାରେ ଦିଲ୍ଲୀର ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ ଆଜି ୩୫୫ ରେକର୍ଡ କରାଯାଇଛି । ବାୟୁର ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ ରହିଛି କିନ୍ତୁ ଗତ ସପ୍ତାହ ସହ ଯଦି ତୁଳନା କରିବା ତାହାଲେ ଏଥିରେ ସାମାନ୍ୟ ସୁଧାର ଆସିଛି । ଗତ ସପ୍ତାହରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ରେକର୍ଡ କରାଯାଇଥିଲା ।

ଏଥିସହ ଦିଲ୍ଲୀ ସିଟି, ଫରିଦାବାଦ, ଗାଜିଆବାଦ, ଗ୍ରେଟର ନୋଏଡା, ଗୁରୁଗ୍ରାମ ଏବଂ ନୋଏଡାରେ ବି ବାୟୁ ଗୁଣବତ୍ତା ବହୁତ ଖରାପ ରେକର୍ଡ କରାଯାଇଛି । ଏହି ସବୁ ସ୍ଥାନରେ ବାୟୁର ଗୁଣବତ୍ତା ୩୫୦ ରେକର୍ଡ କରାଯାଇଛି । ଏଥିସହ ଦିଲ୍ଲୀର ନ୍ୟୁନତମ ତାପମାତ୍ରା ୧୧ ଡିଗ୍ରୀ ରହିଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଜାତୀୟ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଭାବରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ରହିବାର ସମ୍ଭବାନ ରହିଛି ।

ତେବେ ପାଣିପାଗ ବିଭାଗ ଅନୁଯାୟୀ ଜୋରରେ ପବନ ବହିବା ଦ୍ବାରା ରବିବାରଠାରୁ ବାୟୁ ଗୁଣବତ୍ତାରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଯେଉଁଥିରେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ବହୁତ ଖରପରୁ ଖରାପ ସ୍ଥିତିକୁ ଆସିପାରେ । ସୂଚନାଯୋଗ୍ୟ, ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ୦ ରୁ ୫୦ ଭିତରେ ରହିଲେ ‘ଉତ୍ତମ’, ୫୧ରୁ ୧୦୦ ଭିତରେ ରହିଲେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ଭିତରେ ରହିଲେ ‘ମଧ୍ୟମ’, ୨୦୧ରୁ ୩୦୦ ଭିତରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ଭିତରେ ରହିଲେ ‘ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ‘ଅତି ବିପଜ୍ଜନକ’ବୋଲି ବିବେଚନା କରାଯାଏ । ତେବେ ଆଜି ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୬୦ ରେକର୍ଡ କରାଯାଇଛି ।

Latest Posts

Don't Miss