ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ଏହି ସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

Weather Forecast: Heavy Rain in Odisha From Today

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା । ଦୁଇ ଦିନ ହେବ ରାଜ୍ୟରେ ବର୍ଷା କମ୍‌ ରହିଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଗତ ୨ ଦିନ ହେଲା ଲଘୁଚାପ ଦୁର୍ବଳ ହୋଇଥିବାରୁ ବର୍ଷା କମ୍‌ ହୋଇଛି । ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କଟକ ଓ ଭୁବନେଶ୍ୱର ବ୍ୟତିତ ଅନ୍ୟ ଜିଲ୍ଲାରେ ମଧ୍ୟ ସ୍ୱଳ୍ପ‌ ବର୍ଷା ହୋଇଛି । ଅପେକ୍ଷାକୃତ ବର୍ଷାର ପରିମାଣ କମ୍‌ ରହିଛି ।  Heavy rain in Odishaତେବେ ରବିବାରଠାରୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ସୋମବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯ଼ାଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply