ଦିଲ୍ଲୀ, ଉତ୍ତର ପ୍ରଦେଶ ସମେତ ଉତ୍ତର ଭାରତର ଏହି ସବୁ ରାଜ୍ୟରେ ଝାଞ୍ଜି ପବନର ଚେତାବନୀ…

1 min read

ନୂଆଦିଲ୍ଲୀ: ଏପ୍ରିଲ ଆସିବା ପୂର୍ବରୁ ହିଁ ଦେଶରେ ଭୀଷଣ ଗରମ ଅନୁଭୂତ ହୋଇଛି ।  ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ଅନେକ ଜିଲ୍ଲାରେ ପାରା ଉପର ମୁହାଁ ହୋଇଛି । ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର କିଛି ସହରରେ ମାର୍ଚ୍ଚ ମାସରେ ହିଁ ତାପମାତ୍ରା ୩୮ ଡିଗ୍ରୀ ପାର କରିଛି । ଏହିମଧ୍ୟରେ ପାଣିପାଗ ବିଭାଗ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ଆଗାମୀ ୫ ଦିନ ମଧ୍ୟରେ ଝାଞ୍ଜି ପବନ ବହିବା ନେଇ ପୂର୍ବାନୁମାନ କରିଛି ।

Bhubaneswar tops In day's highest Maximum temperature over India

ପାଣିପାଗ ବିଭାଗ ଅନୁସାରେ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ପଞ୍ଜାବ , ଦିଲ୍ଲୀ, ଜମ୍ମୁ-କାଶ୍ମୀର, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଖରାର ପ୍ରଭାବ ପ୍ରଖର ହେବ । ଆଗାମୀ ୪ରୁ ୫ଦିନ ମଧ୍ୟରେ ତାପମାତ୍ରା ଆହୁରୀ ବଢିବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ବର୍ତ୍ତମାନ ବର୍ଷା ହେବାର କୌଣସି ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ ।

ତେବେ ପାଣିପାଗ ଏବେ ଶୁଖିଲା ରହିବାନେଇ କହିଛି IMD । ଉତ୍ତର, ପଶ୍ଚିମ ଏବଂ ମଧ୍ୟ ଭାରତରେ ଗରମରୁ ଆଶ୍ୱସ୍ତି ମିଳିବା ନେଇ କୌଣସି ସମ୍ଭାବନା ନାହିଁ । ପାଣିପାଗ ଶୁଖିଲା ରହିବା ସହ ଦିନ ସମୟରେ ସର୍ବାଧିକ ତାପମାତ୍ରା ୪୨.୧ଡିଗ୍ରୀ  ହୋଇପାରେ । ପାଣିପାଗ ବିଭାଗ ଝାଞ୍ଜି ପବନ ବହିବା ନେଇ ପୂର୍ବାନୁମାନ କରିଛନ୍ତି ।