ଶୀତରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ, ୩ ଡିଗ୍ରୀ ପାରାରେ ଥରୁଛି ପୁରା ସହର

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଶୀତ ବଢ଼ିବାରେ ଲାଗିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦିଲ୍ଲୀରେ ଏହି ସମୟରେ ହାଡ଼ ଭଙ୍ଗା ଶୀତ ଜାରି ରହିଛି । ଗତକାଲି ରାତିରେ ଦିଲ୍ଲୀ-ଏନ୍‌ସିଆର୍‌ରେ ସର୍ବନିମ୍ନ ତାପମାତ୍ରା ୩.୫ ରେକର୍ଡ କରାଯାଇଛି । ଏଥି ସହିତ ପାଣିପାଗ ବିଭାଗ ଆକଳନ କରିଛି ଯେ ମାସ ଶେଷ ସୁଦ୍ଧା ଦିଲ୍ଲୀରେ ଆହୁରି ୨ ଡିଗ୍ରୀ ତାପମାତ୍ରା ଘଟିବା ସମ୍ଭାବନା ରହିଛି । ସକାଳ ଓ ରାତି ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଦିନସାରା ବି ତାପମାତ୍ରା କମ୍ ରହୁଛି  ।

ଫଳରେ ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ଦିଲ୍ଲୀବାସୀ । ତେବେ ପାହାଡ଼ ଉପରେ ପ୍ରବଳ ତୁଷାରପାତ କାରଣରୁ ସମତଳ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଥଣ୍ଡା ପବନ ଜାରି ରହିଛି । ଏଥି ସହିତ ଚଳିତ ବର୍ଷର ଶୀତ ଦିଲ୍ଲୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହାପୂର୍ବରୁ ୨୦୧୧ ରେ ଡିସେମ୍ବର ୧୬ ରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଥିଲା ।

ଡିସେମ୍ବରରେ ଦିଲ୍ଲୀର ଶୀତକାଳୀନ ରେକର୍ଡ ବିଷୟରେ କହିବାକୁ ଗଲେ ଗତ ବର୍ଷ ଡିସେମ୍ବର ୨୮ ରେ ପାରା ୨.୦୪ ଡିଗ୍ରୀରେ ପହଞ୍ଚିଥିଲା, ୨୦୧୩ ଡିସେମ୍ବର ୨୩ ରେ ସର୍ବନିମ୍ନ ତାପମାତ୍ରା ୨.୦୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ୨୦୧୪ ଏବଂ ୨୦୧୮ ରେ ମଧ୍ୟ ଡିସେମ୍ବର ମାସରେ ପାରା ୩ ଡିଗ୍ରୀ ତଳେ ରହିଥିଲା । କିନ୍ତୁ ଏଥର ଥଣ୍ଡା ହେତୁ ଡିସେମ୍ବର ଶେଷ ସପ୍ତାହରେ ତାପମାତ୍ରା ୨ ଡିଗ୍ରୀ ତଳକୁ ଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

Leave a Reply