ପାଗରେ ଆସିବ ପରିବର୍ତ୍ତନ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା

ଭୁବନେଶ୍ୱର: ଲାଗି ରହିବ ଝିପିଝିପି ବର୍ଷା । କାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ବର୍ଷା ଲାଗି ରହିବ । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଳାହାଣ୍ଡି, ମଯୂରଭଞ୍ଜ, ସୋନପୁର, ମାଲକାନଗିରି, ନୟାଗଡ଼, ବାଲେଶ୍ଵର, କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ଅନ୍ୟପଟେ ସୁନ୍ଦରଗଡ଼, ଅନୁଗୁଳ, ସୋନପୁର ଓ ବାଲେଶ୍ଵର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନର ଶୀତ ଅନୁଭୂତ ହେବ । ଏଥିସହ ଅନୁଗୁଳ, ସୋନପୁର, କେନ୍ଦୁଝର, ଭଦ୍ରକ, ବଲାଙ୍ଗିର, କନ୍ଧମାଳ, ଢେଙ୍କାନାଳରେ ଘନ କୁହୁଡ଼ି ଦେଖାଯିବ । ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ବାବନା, ୧୦ରୁ ବଢ଼ିବ ତାପମାତ୍ରା

Leave a Reply