spot_img

Latest Posts

ଆସନ୍ତା ୨୭ ତାରିଖରେ ସୃଷ୍ଟି ହେବ ଏକ ଲଘୁଚାପ

ଭୁବନେଶ୍ବର :  ଆସନ୍ତା ୨୭ ତାରିଖରେ ସୃଷ୍ଟି ହେବ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହି ଲଘୁଚାପ ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲଘୁଚାପ ସୃଷ୍ଟି ହେବା ପରେ ଦୁଇ ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଆଗାମୀ ୭ ଦିନ ରାଜ୍ୟରେ ବର୍ଷା ଜାରି ରହିବ। ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆଜି ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି। ଆକାଶରେ ଘନ କଳା ହାଣ୍ଡିଆ ମେଘ ମଧ୍ୟାହ୍ନରେ ବି ସଂଧ୍ୟାର ଭ୍ରମ ସୃଷ୍ଟି କରିଥିଲା। ୨୭ ତାରିଖ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଏଥିପାଇଁ ଦକ୍ଷିଣ ଉପକୂଳ ଓଡିଶାର ୧୬ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର,  ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର,ବରଗଡ଼, ନୂଆପଡ଼ା ବଲାଙ୍ଗୀର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଡି ପବନର ସମ୍ଭାବନା ରହିଛି ।

Latest Posts

Don't Miss