୭ ଦିନ ଯାଏଁ ପାଗରେ ପରିବର୍ତ୍ତନ ନାହିଁ

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି ।  ଆଜିଠାରୁ ୭ ଦିନ ଯାଏଁ  ପାଗ କୌଣସି ପରିବର୍ତ୍ତନ ନାହିଁ ।   ଆଦ୍ରତା ଓ ଗୁଳୁଗୁଳି  ପାଇଁ  କାଁଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା  ୨୪ ଘଣ୍ଟାରେ  କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର , କଟକ, ଗଂଜାମ  ଓ ପୁରୀ ଜିଲ୍ଲାର ଗୋଟେ ଓ ଦୁତି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା  ହେବ ବୋଲି ଆକଳନ କରାଯାଇଛି ।  ସେହିପରି  ଆସନ୍ତାକାଲି କେନ୍ଦ୍ରାପଡା,ଜଗତସିଂପୁର ,କଟକ,ଗଂଜାମ , ଗଜପତି, କନ୍ଧମାଳ ନୟାଗଡ ମୟୂରଭଞ୍ଜ କେନ୍ଦୁଝର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା  ହେବାକୁ ଥିବା ବେଳେ  ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରରହିବ । ସେପଟେ ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ମାତ୍ରାଧିକ ଥିବାରୁ ଶୀତ ଅନୁଭବ ହେଉନାହିଁ । ଏହାସହ ଦିନର ତାପମାତ୍ରା ମଧ୍ୟ  ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହୁଛି । ଧୀରେ ଧୀରେ ଶୀତ ଯଦିଓ ପଡ଼ିଲାଣି କିନ୍ତୁ ଏହିସବୁ କାରଣରୁ ତାହା ଅନୁଭବ ହେଉନାହିଁ । ଆଉ କିଛିଦିନ ପରେ ଅର୍ଥାତ ଆଗାମୀ ସପ୍ତାହ ଆଡକୁ ଶୀତ  ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି  ପାଣିପାଗ କେନ୍ଦ୍ର । ଅନ୍ୟପଟେ ଗତ ୨୪ ଘଂଟାରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୪ ଡିଗ୍ରୀ ରେକର୍ଡ ହୋଇଥିବା  ବେଳେ  ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି ।