Brics Summit 2021: ଭାରତ ଆପଣାଇଛି ଆତଙ୍କବାଦୀ ନିରୋଧୀ ଯୋଜନା: ମୋଦି

1 min read
We have also adopted BRICS Counter-Terrorism Action Plan Says Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ୧୩ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନ୍ସିଂରେ ହୋଇଥିବା ବୈଠକରେ ବ୍ରାଜିଲ୍, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ଆତଙ୍କବାଦୀ ନିରୋଧୀ ଯୋଜନାକୁ ଆପଣାଇଛୁ । ବିଗତ ଦେଢ଼ ଦଶନ୍ଧିରେ ବ୍ରିକ୍ସ ଅନେକ ଉପଲବ୍ଧି ହାସଲ କରିଛି ।

ବିଶ୍ୱର ବଢ଼ୁଥିବା ଅର୍ଥବ୍ୟବସ୍ଥାରେ ଆଜି ଆମେ ଏକ ପ୍ରଭାବକାରୀ ସ୍ୱର । ବିକାଶଶୀଳ ଦେଶର ପ୍ରାଥମିକତା ଉପରେ ଧ୍ୟାନ ଦେବା ପାଇଁ ଏହି ମଞ୍ଚ ବେଶ୍ ଉପଯୋଗ ହୋଇଛି । ଆମକୁ ନିଶ୍ଚିତ କରିବାକୁ ହେବ ଯେ ବ୍ରିକ୍ସ ଆଗାମୀ ୧୫ ବର୍ଷ ପାଇଁ ଫଳପ୍ରଦ ହେବ । ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୀ, ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଉପସ୍ଥିତ ଥିଲେ ।

ସମ୍ମିଳନୀରେ ଋଷ ରାଷ୍ଟ୍ରପତି ପୁତିନ୍ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି । ପୁତିନ କହିଛନ୍ତି, ଆମେରିକା ଯିବା ପରେ ଆଫଗାନିସ୍ତାନ ସଂକଟ ମଧ୍ୟରେ ରହିଛି । ଆଫଗାନିସ୍ତାନ ପଡ଼ୋଶୀ ଦେଶ ପାଇଁ ବିପଦ ନ ପାଲଟୁ । ଆମେ ଆଗରେ ସୁରକ୍ଷା ନୂଆ ସମସ୍ୟା, ଆତଙ୍କବାଦ ଉପରେ ନିୟନ୍ତ୍ରଣ ଜରୁରୀ ।

Leave a Reply