Bihar Result 2020 : ହାରିବା ପରେ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱକୁ ନେଇ କ’ଣ କହିଲେ କପିଲ ସିବଲ୍

ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସ ଯେ ବିହାରରେ ଶୋଚନୀୟ ପ୍ରଦର୍ଶନ କରିଛି, ତାହା ନୁହେଁ । ସମାନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ଖରାପ ପ୍ରଦର୍ଶନ କରିଛି । କେଉଁଠି ନା କେଉଁଠି ଭୋଟର କଂଗ୍ରେସ ଦଳକୁ ଉତ୍ତମ ବିକଳ୍ପ ଭାବେ ବିବେଚନା କରିପାରୁନାହିଁ । ଏକଥା କୌଣସି ବିଜେପି ନେତା କି ରାଜନୈତିକ ସମୀକ୍ଷକ କହିନାହାନ୍ତି । ବରିଷ୍ଠ କଂଗ୍ରେସ ନେତା କପିଲ ଶିବର ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି କଥା କହିଛନ୍ତି ।

ଶିବଲ କହିଛନ୍ତି ଯେ, ସାମଗ୍ରିକ ପ୍ରଦର୍ଶନ କଥା ଛାଡ । ବିହାର ପ୍ରଦର୍ଶନକୁ ଯଦି କେବଳ ବିଚାର କରାଯାଏ । ତେବେ କଂଗ୍ରେସ ଦଳ ବାମଦଳ ଅପେକ୍ଷା ଖରାପ ପ୍ରଦର୍ଶନ କରିଛି । ୟୁପି ଭଳି ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଭିନ୍ନ ବିଧାନସଭା ଆସନରେ କଂଗ୍ରେସ ମାତ୍ର ୨ ପ୍ରତିଶତ ଭୋଟ୍ ପାଇଛି । ଗୁଜରାଟରେ ମୁଖ୍ୟ ବିରୋଧୀ ଥିବା କଂଗ୍ରେସ ଏକାଧିକ ଆସନରେ ନିଜର ଜମାରାଶି ହରାଇଛି । ତେଣୁ କଂଗ୍ରେସ ଏହାକୁ ଆତ୍ମସମୀକ୍ଷା କରୁ । ମୋତେ ତ ଲାଗୁଛି ଆତ୍ମସମୀକ୍ଷା ଅବସ୍ଥାରେ ଆଉ ଦଳ ନାହିଁ । ଏହି ପରାଜୟକୁ ଦଳର ଶୀର୍ଷ ନେତୃତ୍ୱ ସାଧାରଣ ଭାବେ ଏକ ନିତିଦିନିଆ ବ୍ୟାପାର ଭାବେ ନେଉଥିବା ମନେ ହେଉଥିବା ସିବଲ କହିଛନ୍ତି ।

ଏହାର କାରଣ କଣ ସମସ୍ତଙ୍କୁ ଜଣା । ଏହାର ଉତ୍ତର ମଧ୍ୟ ସମସ୍ତଙ୍କୁ ଜଣା । ହେଲେ ଏହାକୁ କାର୍ଯ୍ୟରେ ଲଗାଇବାକୁ ପଡିବ । ଦୀର୍ଘଦିନ ହେଲା କଂଗ୍ରେସର ଶୀର୍ଷ ନେତୃତ୍ୱ ସହ ଏ ବିଷୟରେ ଆଲୋଚନା ହୋଇନାହିଁ । ତେଣୁ ଅତୀତର ରାଜନୀତିର ଉତ୍ଥାନପତନର ଅଭିଜ୍ଞତା ଥିବା ରାଜନେତାମାନେ ଆଲୋଚନା କରିବାର ଆବଶ୍ୟକତା ରହିଛି । ଦଳର ନେତୃତ୍ୱ ସେମାନଙ୍କ ସହ କଥାବାର୍ତ୍ତା କରି ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବା ଉଚିତ ବୋଲି ସିବଲ କହିଛନ୍ତି ।

Leave a Reply