ପୁଣି ଭବାନୀପୁରରୁ ନିର୍ବାଚନ ଲଢ଼ିବେ ମମତା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଟ୍ବିଷ୍ଟ । ପୁଣି ଭବାନୀପୁର ଫେରିବେ ଦିଦି । ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ମମତା ବାନାର୍ଜୀ । ଏନେଇ  ଭବାନୀପୁରରୁ ନିର୍ବାଚିତ ଟିଏମ୍‌ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି  । ବାଚସ୍ପତିଙ୍କୁ ସେ ଇସ୍ତଫାପତ୍ର ପଦାନ କରିଛନ୍ତି ଶୋଭନଦେବ ଚଟ୍ଟୋପାଧ୍ୟାୟ  । ଦଳର ସୁପ୍ରିମୋଙ୍କୁ ବିଧାନସଭାକୁ ଫେରାଇବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି  । ମମତା ବାନାର୍ଜୀ ଆଗାମୀ ୬ ମାସ ମଧ୍ୟରେ ନିର୍ବାଚିତ ହେବା ଆବଶ୍ୟକ । ଶୋଭନଦେବ ଚଟ୍ଟୋପାଧ୍ୟାୟ ଏବେ କୃଷିମନ୍ତ୍ରୀ ଭାବେ ୬ ମାସ କାର୍ଯ୍ୟ ଜାରି ରଖିବେ  । ୨୦୧୧ ଉପନିର୍ବାଚନ ଓ ୨୦୧୬ ନିର୍ବାଚନରେ ମମତା ଭବାନୀପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ଚଳିତ ନିର୍ବାଚନରେ ଭବାନୀପୁର ଛାଡ଼ି ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ି ମମତା ହାରିଥିଲେ ।

ଏଥିସହିତ ପଢ଼ନ୍ତୁ: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଣ୍ଟ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Leave a Reply