ଦେଶର ଉଦ୍ୟୋଗଗୁଡ଼ିକୁ ପୋଷଣୀୟ ଓ ପ୍ରତିଯୋଗିତାମୂଳକ ଭାବେ ଗଢ଼ିତୋଳିବାକୁ ନୀତି ଆଲୋଚନା

1 min read

ଭୁବନେଶ୍ୱର: ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର କୋଭିଡ ମହାମାରୀ କବଳିତ ହେବା ପରେ ଉଦ୍ୟୋଗଗୁଡ଼ିକୁ ପ୍ରତିଯୋଗିତା ଓ ଉତ୍ପାଦନକ୍ଷମ କରିବାକୁ କ୍ରମେ ନିମ୍ନରୁ ଉଚ୍ଚ ମୂଲ୍ୟଯୁକ୍ତ କାର୍ଯ୍ୟକ୍ରମର ପ୍ରକ୍ରିୟା ଅନୁସରଣ କରିବାକୁ ଯାଉଛନ୍ତି । ଏହା ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରି ଅଧିକରୁ ଅଧିକ ଉତ୍ତମ ମାନର କର୍ମସଂସ୍ଥାନ ସୃଷ୍ଟି କରୁଛି ।  ଆନ୍ତର୍ଜାତିକ ଶ୍ରମ ସଂଗଠନ, କୋରିଆ ଆନ୍ତର୍ଜାତିକ ସମନ୍ୱୟ ସଂସ୍ଥା (କୋଇକା)ର ସହାୟତା ଏବଂ ଆନ୍ଧ୍ର ଓ ଓଡ଼ିଶାର ସହଯୋଗିତାରେ କର୍ମସଂସ୍ଥାନ ଓ ପୋଷଣୀୟ ବିକାଶ ପାଇଁ ଏକ ବଜାରମୁଖୀ, ପ୍ରତିରୋଧୀ ଏବଂ ସମାବେଶୀ ଏମ୍‌ଏସ୍‌ଏମଇ ପରିବେଶ ସୃଷ୍ଟି କରିବା ଉପରେ ଏକ ନୀତି-ଆଲୋଚନାର ଆୟୋଜନ କରିଛନ୍ତି । ଏହା ବିଶେଷ ଭାବେ ଏକ ଜ୍ଞାନ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆ, ଭିଏତନାମ, ଇଣ୍ଡୋନେସିଆ ଏବଂ ବାଂଲାଦେଶ ଭଳି ରାଷ୍ଟ୍ରଗୁଡ଼ିକ ଭାରତର ଆନ୍ଧ୍ର ଓ ଓଡ଼ିଶା ପାଇଁ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ୱନ୍ଧରେ ଜ୍ଞାନ ପ୍ରଦାନ କରିବେ । ଏସବୁ ରାଷ୍ଟ୍ର କିପରି କୃଷି ଅର୍ଥନୀତିକୁ ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛନ୍ତି ତାହା ଆଲୋଚନାରେ ସ୍ଥାନ ପାଇଥିଲା । ବିଶେଷ କରି କୋଭିଡ-୧୯ରେ ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଉଦ୍ୟୋଗଗୁଡ଼ିକୁ କିପରି ପୁଣିଥରେ ପୁନର୍ଜୀବିତ କରି ସେଗୁଡ଼ିକୁ ପୋଷଣୀୟ ସଂସ୍ଥା ଭାବେ ବଞ୍ଚାଇ ରଖାଯାଇପାରିବ, ଯାହା ସ୍ଥାନୀୟ ନିଯୁକ୍ତି ସୁଯୋଗ ସହ ଏକ ଔଦ୍ୟୋଗିକ ପରିମଣ୍ଡଳ ସୃଷ୍ଟି କରିପାରୁଛି ସେ ସମ୍ପର୍କରେ ମତ ବିନିମୟ କରାଯାଇଥିଲା ।

            ଭାରତ ସରକାରଙ୍କ ଏମ୍‌ଏସ୍ଏମ୍ଇ ସଚିବ  ବି.ବି ସ୍ୱାଇଁ କହିଥିଲେ ଯେ ଏହି କ୍ଷେତ୍ର ଦେଶର ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥାଏ । ଏହା କୋଭିଡ କଟକଣା ଯୋଗୁଁ ବହୁ କ୍ଷତିର ସାମ୍ନା କରିଥିବା ବେଳେ ସରକାର ଏହି କ୍ଷେତ୍ର ଯେପରି ସ୍ୱାଭାବିକ ଅବ୍ୟବସ୍ଥାକୁ ଆସିପାରିବ ସେ ଦିଗରେ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ । ଆନ୍ଧ୍ର ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ବିଭାଗ ସ୍ୱତନ୍ତ୍ର ସଚିବ କାରିକଲ୍ ଭାଲାଭେନ ଏହି ଆଲୋଚନାରେ ଭାଗନେଇ ଓଡ଼ିଶା ସରକାରଙ୍କ ଏମ୍‌ଏସ୍ଏମ୍‌ଇ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା କହିଥିଲେ ଯେ, ଓଡ଼ିଶାରେ ଏମ୍‌ଏସ୍ଏମ୍ଇ କ୍ଷେତ୍ରରେ ଦକ୍ଷତା ବିକାଶ ସକାଶେ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ବୈଷୟିକ ସହାୟତା ନିଶ୍ଚିତ ଭାବେ ଉପଯୋଗୀ ହେବ । ରାଜ୍ୟ ସରକାର ଏମଏସ୍‌ଏମଇ କ୍ଷେତ୍ରକୁ ସକାରାତ୍ମକ ଦିଗରେ ଆଗେଇ ନେବାକୁ ଏକ ବିକାଶନ୍ମୋଖୀ ଆଭିମୁଖ୍ୟ ନେଇ ଉପଯୁକ୍ତ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ ।

Leave a Reply