ଫେବୃଆରୀରରୁ ଅନୁଭୂତ ହେଲାଣି ଅସହ୍ୟ ତାତି

ଭୁବନେଶ୍ବର: ମାଘ ମାସରେ ବୈଶାଖ ତାତି। ଏବେଠୁ ଜାଳିଲାଣି ଓଡ଼ିଶା। ଫେବୃଆରୀରରୁ ଅନୁଭୂତ ହେଲାଣି ଅସହ୍ୟ ତାତି। ହଠାତ ଗାଏବ ହୋଇଗଲା ଶୀତ। ରାଜ୍ଯର ଅଧାରୁ ଅଧିକ ସହରର ତାପମାତ୍ରା ଏବେ ୩୦ ଡିଗ୍ରୀ ଉପରେ । ଉପକୂଳ ଅପେକ୍ଷା ଆଭ୍ଯନ୍ତରୀଣ ଓଡ଼ିଶାରେ ଅଧିକ ଖରା ବଢୁଛି । ଉପକୂଳରେ ସ୍ବାଭାବିକ ତାପମାତ୍ରା ୨ରୁ ୫ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବାଭାବିକଠାରୁ ୩ରୁ ୭ ଡିଗ୍ରୀ ପର୍ଯ୍ଯନ୍ତ ବୃଦ୍ଧି ପାଇଛି। ଆସନ୍ତା ୪ ଦିନ ପର୍ଯ୍ଯନ୍ତ ତାପମାତ୍ରା ଆହୁରି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଭଳି ଖରା ଦେଖି ଅସ୍ତବ୍ୟସ୍ଥ ହେଲେଣି ଲୋକେ। ଏଲନିନୋର ପ୍ରଭାବ ଯୋଗୁଁ ଶୁଷ୍ମ ବାୟୁ ପ୍ରବାହିତ ହେଉଛି । ତାପମାତ୍ରା ବଢୁଛି, ଏବେଠୁ ଗରମ ଅନୁଭୂତ ହେଉଛି । ତେବେ ମାଘ ମାସରେ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।