spot_img

Latest Posts

ପାଣିରେ ବୁଡିଲା ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠ

ବାଲେଶ୍ବର : ପଞ୍ଚଲିଙ୍ଗେଶ୍ୱର ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉଚ୍ଚର ପାଣି। ପ୍ରବଳ ବର୍ଷା ଯୋଗୁ ଠାକୁରଙ୍କ ଦର୍ଶନ ବନ୍ଦ ରହିଛି। ଲଗାଣ ବର୍ଷାରେ ଓଡିଶା ପ୍ରସିଦ୍ଧ ସ୍ଥାନ ପ୍ରଭାବିତ ହୋଇଥିବା ବେଳେ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ଅତି ପ୍ରଖର ହେଲା ଝରଣା ପାଣି। ପୂଜା ମଣ୍ଡପର ଦୀପ ଜଳିବା ସ୍ଥାନରେ ଚାଲିଲା ଆଣ୍ଠୁଏ ଉଚ୍ଚର ଝରଣା ପାଣି। ଝରଣାର ସ୍ରୋତ ଏତେ ପ୍ରଖର ଯେ ଶିବ ଲିଙ୍ଗ ସ୍ପର୍ଶ କରିବା ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରହିଛି । ବାବାଙ୍କୁ ସ୍ପର୍ଶ କରି ନପାରି ରାଜ୍ୟ ବାହାରୁ ଆସିଥିବା ଭକ୍ତ ନିରାଶ ହୋଇ ଫେରିଛନ୍ତି। ବହୁ କଷ୍ଟରେ ଦୂର ଦୂରାନ୍ତରରୁ ଆସିଥିବା ଭକ୍ତ ବର୍ଷା ନେଇ ନାନା ସମସ୍ଯାର ସାମ୍ନା କରିଥିଲେ। ଦର୍ଶନ ବନ୍ଦ ହେବାରୁ କିଛି ଭକ୍ତ ବାବାଙ୍କ ଦର୍ଶନ ନେଇ ଅପେକ୍ଷା କରି ରହିଥିବା ବେଳେ କିଛି ଶ୍ରଦ୍ଧାଳୁ ନିରାଶ ହୋଇ ଫେରିଯାଇଛନ୍ତି । ମନ୍ଦିର ସମେତ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଯାତାୟାତରେ ନାନା ସମସ୍ଯା ର ସାମ୍ନା କରୁଛନ୍ତି ଲୋକେ।

Latest Posts

Don't Miss