କଟକ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା, ବିଭିନ୍ନ ସାହିରେ ଆଣ୍ଠୁଏ ଉଚ୍ଚର ପାଣି

କଟକ: ସାରା ରାଜ୍ୟରେ ମୌସୁମୀ ବର୍ଷା । ମୌସୁମୀ ବର୍ଷାରେ କଟକ ସହରର ବିଭିନ୍ନ ସାହି ଓ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମିବାରୁ ଜଳବନ୍ଦୀ ସ୍ଥିତି ଉପୁଜିଛି । ବିଶେଷ କରି ସୂତାହାଟ, ପଟ୍ଟାପୋଲ, ଓଡ଼ିଆ ବଜାର, ଗମ୍ମାଢିଆ ଭଳି ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବର୍ଷା ଋତୁ ଆରମ୍ଭରୁ ଏପରି ଜଳବନ୍ଦୀ ସମସ୍ୟା ଅଞ୍ଚଳର ଲୋକଙ୍କୁ ଚିନ୍ତାରେ ପକାଇଛି । ନାଳ ନିଷ୍କାସନ ସହ ଅଧିକ ମଟର ପମ୍ପ ଲଗାଇ ପାଣି ନିଷ୍କାସନ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି ।