ରୋଷେଇ ଗ୍ୟାସ୍ ସିଲିଣ୍ଡରରୁ ବାହାରୁଛି ପାଣି

ଭୁବନେଶ୍ୱର: ରୋଷେଇ ଗ୍ୟାସ ସିଲିଣ୍ଡରରୁ ବାହାରୁଛି ପାଣି । ଗ୍ୟାସ୍ ବଦଳରେ ପିଇବା ପାଣି ପାଇପରୁ ପାଣି ବାହାରିଲା ଭଳି ଏଲ୍‌ପିଜି ସିଲିଣ୍ଡରରୁ ପାଣି ବାହାରୁଛି । ଏଭଳି ଘଟଣା ଘଟିଛି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଲଷ୍ମୀସାଗର ବଙ୍ଗାଳି ସାହିର ସଂଜୀଵ ଭୌମିକଙ୍କ ମାଆ ରୋଷେଇ କରିବାକୁ ଗ୍ୟାସ ଚୁଲା ଜଳାଇଥିଲେ । କିନ୍ତୁ ତାହା ଜଳିଲାନାହିଁ । କ’ଣ ଅସୁବିଧା ହୋଇଛି ବୋଲି ସଞ୍ଜୀବ ସିଲିଣ୍ଡର ଗ୍ୟାସ୍ ଖୋଲି ଯାଞ୍ଚ କରିଥିଲେ । ସେ ସିଲିଣ୍ଡରୁ ଗ୍ୟାସ୍ ବାହାରୁନଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଗ୍ୟାସ ସିଲିଣ୍ଡରରୁ ଓଜନରୁ ଅନୁମାନରୁ ଜଣାପଡ଼ୁଥିଲା ଯେ, ସିଲିଣ୍ଡରରେ ଯଥେଷ୍ଟ ପରିମାଣରେ ଗ୍ୟାସ୍ ରହିଛି । ଏଣୁ ସେ ଗ୍ୟାସ ସିଲିଣ୍ଡରରୁ ରେଗୁଲଟର ବାହାର କରି ଗ୍ୟାସ୍ ପାସ୍ ହେଉଛି କି ନାହିଁ ଚେକ୍ କରିଥିଲେ । ସେ ଯାହା ଦେଖିବାକୁ ପାଇଲେ ତାହା ତାଙ୍କୁ ତାଜୁବ୍ କରିଥିଲା । ସିଲିଣ୍ଡରରୁ ଗ୍ୟାସ୍ ବଦଳରେ ପାଣି ବାହାରୁଥିଲା ।

ଏ ନେଇ ପଳାଶୁଣୀ ସ୍ଥିତ ଗ୍ୟାସ ବିତରକଙ୍କୁ ଜଣାଇବା ସହ ଏ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଏବଂ ଏନେଇ ଗ୍ୟାସ୍ ଯୋଗାଣକାରୀ କମ୍ପାନୀଙ୍କ ନିକଟରେ ମଧ୍ୟ ଅଭିଯୋଗ ଦାଖଲ କରିଥିଲେ । ଏହାପରେ ବିତରକଙ୍କ ପକ୍ଷରୁ ଗ୍ୟାସ୍ ସିଲିଣ୍ଡରକୁ ଫେରାଇ ନେବା ସହ ନୂଆ ସିଲିଣ୍ଡର ଯୋଗାଇ ଦେବେ ବୋଲି କହିଛନ୍ତି । ତେବେ ୩ରୁ ୪ ଦିନ ସିଲିଣ୍ଡର ବ୍ୟବହାର କରିବା ପରେ ପାଣି ବାହାରିଥିବାରୁ ସେ ବାବଦର ଟଙ୍କା ନେବା ସହ ନୂଆ ସିଲିଣ୍ଡର ଯୋଗାଇଦିଆଯିବ ବୋଲି ବିତରକଙ୍କ ପକ୍ଷରୁ କୁହାଯାଇଛି ।

ଗ୍ୟାସ ଦର ବଢିଚାଲିଥିବା ବେଳେ ସିଲିଣ୍ଡରରେ ଯଦି ଗ୍ୟାସ ନଥିବ ତେବେ ସାଧାରଣ ଲୋକ କ’ଣ  କରିବେ । ତେଣୁ ଏନେଇ ଆଇଓସିଏଲ ଓ ବିତରକ ଧ୍ୟାନଦେବା ଦରକାର ବୋଲି ଦାବି କରିଛନ୍ତି ଭୌମିକ କହିଛନ୍ତି ।

Leave a Reply