ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, କାଲି ଖୋଲିବ ଗେଟ୍
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢ଼ୁଛି ଜଳସ୍ତର । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ଏବେ ୬୧୪.୦୮ ଫୁଟରେ ପହଞ୍ଚିଛି ଜଳସ୍ତର । ସେକେଣ୍ଡକୁ ଜଳଭଣ୍ଡାରକୁ ପ୍ରବେଶ କରୁଛି ୯୨ ହଜାର ୭୭୪ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୬୧୫ ଘନଫୁଟ ପାଣି ।
କାଲି ଖୋଲିବ ହୀରାକୁଦ ଗେଟ୍ । ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବ ଜଳଭଣ୍ଡାର । ଏଥିପାଇଁ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର କେଲା ଓ କଲମା ଡ୍ୟାମର ସବୁ ଗେଟ୍ ଖୋଲିଦେଇଥିଲେ ।