ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳସ୍ତର; ଖୋଲିଲା ଜଲାପୁଟ ଡ୍ୟାମର ୬ଟି ଗେଟ୍

ଲମତାପୁଟ: ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ଜଲାପୁଟ ଡ୍ୟାମର ୬ଟି ଗେଟ ଖୋଲିଛି। ଜଲାପୁଟ ଡ୍ୟାମର କ୍ଷମତା ୨ ହଜାର ୭୫୦ ଫୁଟ ରହିଥିବା ବେଳେ ୨ ହଜାର ୭୪୯.୪୫ କୁ ଜଳସ୍ତର ଛୁଇଁଛି । ଡ୍ୟାମକୁ ୨ ହଜାର କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ ଓ୍ବେ ଡ୍ୟାମ ଏବଂ ମୁଖ୍ୟ ଡ୍ୟାମ ଦେଇ ୨୩ ହଜାର କ୍ୟୁସେକ ପାଣି ଛଡାଯାଉଛି । ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ର ଡି.ଡ୍ୟାମରେ ପହଞ୍ଚି ଜଳସ୍ତର ବଢ଼ିବାରୁ ୪ଟି ଗେଟ ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର ବଢ଼ି ବିପଦ ସଂକେତକୁ ଛୁଇଁବା ପରେ ଡି.ଡ୍ୟାମର ୪ଟି ଗେଟ ଖୋଲିଛି। ୩ ନମ୍ବର, ୫ ନମ୍ବର, ୬ ନମ୍ବର ଏବଂ ୭ ନମ୍ବର ଗେଟ ଖୋଲି ୨୦ ହଜାର କ୍ୟୁସେକ ପାଣି ନିଷ୍କାସିତ କରାଯାଉଛି । ଡ୍ୟାମ କ୍ଷମତା ୨୫ ଶହ 90 ଫୁଟ ଥିବା ବେଳେ ବର୍ତ୍ତମାନ ୨୫ ଶହ ୮୬ ଫୁଟ କୁ ଜଳସ୍ତର ଛୁଇଁଛି।