spot_img

Latest Posts

ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନା ପାଇଁ ଓଡ଼ିଶା ଜଳ ନିଗମକୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର: ଓ୍ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (WATCO)କୁ ମିଳିଲା ଆନ୍ତର୍ଜାତିକ ସମ୍ମାନ । WATCOକୁ ଗ୍ଲୋବାଲ ଓ୍ୱାଟର ଲିଡର ଆଓ୍ୱାର୍ଡ ୨୦୨୨ ମିଳିଛି । ସ୍ପେନର ମାଦ୍ରିଦରେ ହେଉଥିବା ଗ୍ଲୋବାଲ ଓ୍ୱାଟର ସମିଟରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗ୍ଲୋବାଲ ଓ୍ୱାଟର ଇଣ୍ଟେଲିଜେନ୍ସ ପକ୍ଷରୁ WATCO ସମ୍ମାନିତ କରାଯାଇଛି । ୨୪ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌ ଯୋଜନା ପାଇଁ ମିଳିଲା ସମ୍ମାନ । ପୁରସ୍କାର ଗ୍ରହଣ କଲେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ।

ଏହି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ପୁରୀରେ କାର୍ଯ୍ୟକାରୀ ହୋଇଥିବା ବେଳେ କଟକ ଓ ଭୁବନେଶ୍ୱରରେ ମଧ୍ୟ ଆରମ୍ଭ ହୋଇଛି । ପରେ ଏହି ଯୋଜନାକୁ ବ୍ରହ୍ମପୁରରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି ।

ସାରା ଦେଶରେ ପୁରୀ ସହରର ପ୍ରତ୍ୟେକ ଘରେ ୨୪ ଘଣ୍ଟିଆ ଉଚ୍ଚମାନର ଜଳ ଯୋଗାଇବାର ପ୍ରଥମ ସହର ଭାବରେ ଖ୍ୟାତି ଲାଭ କରିଛି । ପୁରୀରେ ଶତକଡା ୧୦୦ ଭାଗ ଘରେ ମିଟର ଲଗାଯାଇ ଦିନରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଲଣ୍ଡନ, ସିଙ୍ଗାପୁର ଓ ନ୍ୟୁୟର୍କ ଭଳି ବିଶ୍ୱସ୍ତରୀୟ ସହରଗୁଡିକର ସମକକ୍ଷ ହୋଇପାରିଛି । ଦିଲ୍ଲୀ ସରକାରଙ୍କର ଅଧିକ୍ଷଣ ଯନ୍ତ୍ରୀ ଅଜୟ ଗୁପ୍ତା ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହି ଅତ୍ୟାଧୁନିକ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରି ଏହି ପ୍ରକାର ବ୍ୟବସ୍ଥା ଏକ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକାରୀତାର ପ୍ରତିଫଳନ ବୋଲି ମତାମତ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିଶନ ଦ୍ୱାରା ପୁରୀର ପ୍ରତିଟି ଘରେ ଗୁଣାତ୍ମକ ପାନୀୟ ଜଳ ପହଂଚାଇବାର ଯୁଗାନ୍ତକାରୀ ପଦକ୍ଷେପ ଏବଂ ଜଗନ୍ନାଥ ଧାମ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟପୂର୍ଣ୍ଣ ସହର ଭାବରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଳିଷ୍ଠ ପଦକ୍ଷେପ ।

ପୁରୀବାସୀଙ୍କ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ସହରରେ ଥିବା ଟ୍ୟାପ ଦ୍ୱାରା ପାଣି ପାଇପାରୁଛନ୍ତି । ଏହା ସହିତ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟ ରାଜପଥରେ ସ୍ଥାପିତ ଏବଂ ପୁରୀର ଅନ୍ୟ ସ୍ଥାନ ମାନଙ୍କରେ ଥିବା ଜଳ ଉତ୍ସଗୁଡିକରୁ ଏହି ପାଣି ପାଇପାରିବେ ଯାହାକି ବିମାନବନ୍ଦରରେ ଉପଲବ୍ଧ ଜଳ ଉତ୍ସ ସହ ସମାନ ।

ଏଥିସହିତ ପଢ଼ନ୍ତୁ: ଯୁବତୀ ଜଣଙ୍କ ଡାକୁଛନ୍ତି ବୋଲି କବାଟ ଖୋଲିଲେ, ବନ୍ଧୁକ ଦେଖାଇ ସବୁ ଲୁଟିନେଲେ

Latest Posts

Don't Miss