ଦିଲ୍ଲୀ ହିଂସାରେ ସିସିଟିଭି ଦେଖି ଗୋଟେ ପରେ ଗୋଟେ ଅଭିଯୁକ୍ତକୁ ଗିରଫ କରୁଛି ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୬୩୦ ଜଣ ଗିରଫ । ରୁଜୁ ହୋଇଛି ୧୨୩ଟି ମାମଲା । ସିସିଟିଭି ଭିଜୁଆଲକୁ ଯାଞ୍ଚ କରୁଛି ପୋଲିସ । ଡ୍ରୋନ ଦ୍ଵାରା ସ୍ଥିତି ଉପରେ ନଜର ରଖାଯାଉଛି । ସୋସିଆଲ ମିଡିଆରେ ହେଉଥିବା ପୋଷ୍ଟ ଉପରେ ମଧ୍ୟ ପୋଲିସ ସ୍ୱତନ୍ତ୍ର ଧ୍ୟାନ ଦେଉଛି । ରାତି ତମାମ ସେନାର ପହରା ଭିତରେ ଦେଶରେ ରାଜଧାନୀ ।

ଖାସକରି ମୌଜପୁର, କରାଓ୍ୱଲ ନଗର, ଭଜନପୁରୀ, ସୀଲମପୁର ଓ ଜାଫରାବାଦ ଉପରେ ପୋଲିସର କଡ଼ା ନଜର ରହିଛି । ଏହି ସବୁ ଅଞ୍ଚଳରେ ଦିଲ୍ଲୀ ପୋଲିସ ଓ ପାରା ମିଲିଟାରୀ ପୋଲିସର ଯବାନ ରାତି ସାରା ମୁତୟନ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ଲୋକଙ୍କୁ ସାବଧାନ ରହିବା ସହ ଗୁଜବ ଉପରେ ବିଶ୍ୱାସ ନ କରିବାକୁ କୁହାଯାଇଛି । ଦୋକାନ ଖୋଲିବା ସହ ବଜାରରେ ଗହଳ ଫେରିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି ।

Leave a Reply