ମୃତ୍ୟୁ ପରେ କବର ଦେବନି, ଅନ୍ତିମ ସତ୍କାର କରିବ

ଲକ୍ଷ୍ନୌ: ପୁଣି ଥରେ ଚର୍ଚ୍ଚାରେ ସିଆ ଓ୍ବାକଫ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ଓ୍ବାସିମ ରେଜଭି । ଏଥର କୋରାନକୁ ନେଇ ନୁହେଁ ନିଜ ଇଚ୍ଛାପତ୍ରକୁ ନେଇ । ମୃତ୍ୟୁ ପରେ ତାଙ୍କ ମୃତଦେହକୁ କବର ଦିଆନଯାଇ ଅନ୍ତିମ ସତ୍କାର କରିବାକୁ ନିଜ ଇଚ୍ଛାପତ୍ରରେ ଉଲ୍ଲେଖ କରିଛନ୍ତି ରେଜବି । ଏକ ଭିଡିଓ କରି ରେଜବି କହିଛନ୍ତି, ‘ମୃତ୍ୟୁ ପରେ ମୋ ଶରୀରକୁ ହିନ୍ଦୁ ବନ୍ଧୁଙ୍କୁ ଦିଆଯିବ ଓ ଅନ୍ତିମ ସତ୍କାର କରାଯିବ । ଡାସନା ମନ୍ଦିରର ମହନ୍ତ ନରସିଂହ ନନ୍ଦ ସରସ୍ବତୀଙ୍କୁ ମୋତେ ମୁଖାଗ୍ନୀ ଦେବେ ।’

ସେ ଭିଡିଓରେ ଆଗକୁ କହିଛନ୍ତି, ‘ହିନ୍ଦୁସ୍ଥାନ ଓ ବିଦେଶରେ ମୋତେ ହତ୍ୟା କରିବାକୁ ଓ ମୋ ମୁଣ୍ଡ କାଟିବାକୁ ଷଡଯନ୍ତ୍ର କରାଯାଉଛି । ଏଥିପାଇଁ ପୁରସ୍କାର ବି ଘୋଷଣା କରାଯାଉଛି । ମୋର ଏତିକି ଭୁଲ କୋରାନରୁ ୨୬ଟି ପଦ ହଟାଇବାକୁ ମୁଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲି । ଯାହା ମାନବିକତା ପ୍ରତି ଘୃଣା ଭାବ ପ୍ରସାର କରୁଛି । ଏଥିପାଇଁ ମୋତେ ହତ୍ୟା କରାଯିବାକୁ ଷଡଯନ୍ତ୍ର କରାଯାଉଛି ଓ ମୋତେ କବରସ୍ଥାନରେ ଜାଗା ନଦେବାକୁ ଘୋଷଣା କରାଯାଇଛି ।’

ରେଜଭିଙ୍କ ଉପରେ କାହିଁକି ଏତେ ରାଗ ?

ସୂଚନାଯୋଗ୍ୟ, ଓ୍ବସିମ ରେଜବି କୋରାନର ୨୬ଟି ପଦ ହଟାଇବାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରଠାରୁ ରେଜବି ମୁସଲମାନ ସମ୍ପ୍ରଦାୟ ଓ ମୁସଲିମ ସଂଗଠନଙ୍କ ଟାର୍ଗେଟରେ ରହିଛନ୍ତି । ଏପରିକି ମୁସଲିମ ସଂଗଠନ ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରୁଛନ୍ତି । ଏତିକି ନୁହେଁ, ରେଜବିଙ୍କର ଇସଲାମ ଓ ସିୟା ସମ୍ପ୍ରଦାୟ ସହ କୌଣସି ସମ୍ପର୍କ ନାହିଁ । ରେଜଭିଙ୍କୁ ଚରମପନ୍ଥୀ ଓ ମୁସଲମାନ ବିରୋଧୀ ବୋଲି ମଧ୍ୟ କୁହାଯାଉଛି ।

 

Leave a Reply