spot_img

Latest Posts

ଆଇପିଏଲ୍ ୨୦୨୧: ଆରସିବିକୁ ବଡ଼ ଝଟକା, ବାଦ୍ ପଡ଼ିଲେ ଷ୍ଟାର ଅଲ୍‌ରାଉଣ୍ଡର

ଦୁବାଇ: ଆଇପିଏଲ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଜବରଦସ୍ତ ଝଟକା । ଆହତ କାରଣରୁ ଚଳିତ ସିଜିନ୍‌ରେ ଖେଳିବେନି ଦଳର ଷ୍ଟାର ଅଲରାଉଣ୍ଡର ଓ୍ୱାସିଂଟନ ସୁନ୍ଦର । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଆଗକୁ ଆଉ ଖେଳିପାରିବେ ନାହିଁ । ତେବେ ତାଙ୍କ ସ୍ଥାନରେ ବେଙ୍ଗଲ ପେସ୍ ବୋଲର ଆକାଶ ଦୀପ ଖେଳିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଆଇପିଏଲ୍-୨୦୨୧ର ପ୍ରଥମାର୍ଦ୍ଧରେ ମୋଟ ୬ଟି ମ୍ୟାଚ୍‌ରେ  ୩୨.୧୧ର ଆଭେରଜ୍ ସହ ମୋଟ ୩ଟି ଓ୍ୱିକେଟ ନେଇଛନ୍ତି ଓ୍ୱାସିଂଟନ୍ । ତେବେ ବେଙ୍ଗାଲୁରୁ ପାଇଁ ୨୦୧୮ ମସିହାଠାରୁ ଏଯାବତ୍ ମୋଟ ୩୨ଟି ମ୍ୟାଚ୍ ଖେଳି ୧୯ଟି ଓ୍ୱିକେଟ ନେଇ ସାରିଛନ୍ତି ଓ୍ୱାସିଂଟନ ସୁନ୍ଦର ।

ଅପରପକ୍ଷରେ ୨୦୨୧ ସୟଦ ମୁସ୍ତାକ ଅଲ୍ଳୀ ଟ୍ରଫିର ଦ୍ୱିତୀୟ ସର୍ବାଧିକ ଓ୍ୱିକେଟ ହାସଲକାରୀ ହେଉଛନ୍ତି ଆକାଶଦୀପ । ଏହି ୨୪ ବର୍ଷୀୟ ଖେଳାଳି ୧୬.୮୫ ପ୍ରତିଶତର ଆଭେରଜ ସହ ମୋଟ ୨୧ଟି ଓ୍ୱକେଟ ହାସଲ କରିଛନ୍ତି ।

ତେବେ ଆରସିବି ପାଇଁ ଚଳିତ ସିଜିନ୍‌ରେ ଏହା ପଞ୍ଚମ ପରିବର୍ତ୍ତନ । ଏହା ପୂର୍ବରୁ ଶ୍ରୀଲଙ୍କାର ହାସରଙ୍ଗା, ଅଷ୍ଟ୍ରେଲିଆନ୍ ଲେଗ୍ ସ୍ପିନର୍ ଆଦାମ୍ ଜାମ୍ପାଙ୍କୁ ବଦଳାଇଥିବା ବେଳେ ନ୍ୟୁଜିଲାଣ୍ଡର ଫିନ୍ ଆଲେନଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଟିମ୍ ଡେଭିଡଙ୍କୁ ସାମିଲ କରାଯାଇଥିବା ବେଳେ ଅଷ୍ଟ୍ରେଲିଆର ଡାନେଲ୍ ସାମ୍ସ, କେନ୍ ରିଚାର୍ଡସନଙ୍କ ସ୍ଥାନରେ ଦୁଷ୍ମନ୍ତା ଚାମେରା ଏବଂ ଜର୍ଜ ଗାର୍ଟନଙ୍କୁ ସାମିଲ କରାଯାଇଥିଲା ।

Latest Posts

Don't Miss