ହୋମ ୱାର୍କ ନକରିବାରୁ ପିଟି ପିଟି ଛାତ୍ରକୁ ମାରିଦେଲେ

ପାଟନା: ହୋମୱାର୍କ ନକରିବାରୁ ଜଣେ ଛାତ୍ରକୁ ପିଟି ପିଟି ମାରିଦେଲେ  । ବିହାରରେ ଗୟାରେ ଘଟିଛି ଏମିତି ଏକ ଲୋମ ହର୍ଷଣ ଘଟଣା  । ୬ବର୍ଷର ଜଣେ ଛାତ୍ରକୁ ସ୍କୁଲ ପାଠ ନକରିବା ପାଇଁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି  । ହଷ୍ଟେଲରେ ରହି ପାଠ ପଢୁଥିବା ଏହି ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ମାଡ ମାରି ହତ୍ୟା କରିଥିବା କୁହାଯାଉଛି  । ପୋଲିସ କହିବା ମୁତାବକ, ଉକ୍ତ ଛାତ୍ର ଜଣଙ୍କ ସ୍କୁଲ ଗେଟ ପାଖରେ ପଡିଥିବା ଗ୍ରାମର ଜଣେ ବ୍ୟକ୍ତି ଦେଖିଥିଲେ  । ପିଲାଟି ଯେତେବେଳେ ସେଠାରେ ପଡିଥିଲା ଚେହେରାରେ ମଳିନତୀ ରହିଥିଲା, ନାକରୁ ରକ୍ତସ୍ରାବ ହେଉଥିଲା ଏବଂ ପିନ୍ଧିଥିବା ଡ୍ରେସ ମଧ୍ୟ ଚିରି ଯାଇଥିଲା 

ମୃତ୍ୟୁ ଘଟିଥିବା ପିଲାର ଘର ସ୍କୁଲ ଠାରୁ ୩ କିମି ଦୂରତା ହୋଇଥିବାବେଳେ ପିଲାଟି ଲିଟିଲ ଲିଡର୍ସ ସ୍କୁଲ ପାଠ ପଢୁଥିଲା  । ଯେହେତୁ ଘର ଠାରୁ ସ୍କୁଲର ଦୂରତା ତିନି କିମି, ତେଣୁ ଘର ଲୋକ ଉକ୍ତ ବିଦ୍ୟାଳୟରେ ସନତାନକୁ ପଢାଇବାକୁ ରାଜି ହୋଇଥିଲେ  । ପୁତ୍ରର ମୃତ୍ୟୁ ଖବରକୁ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକେ  । ସେପବଟେ ଜ ପୁତ୍ନିରର ମୃତ୍ୟୁ ପରେ ସ୍କୁଲ ଆଗରେ ହଙ୍ଗାମା କରିଛନ୍ତି ପରିବାର ଲୋକେ  । ପରବର୍ତ୍ତୀ ସମୟରେ ପୋଲିସ ଆସି ଘଟଣା ସ୍ଥଳରେ ତନାଘନା ଚଳାଇଛି 

ପୋଲିସ ହତ୍ୟା ମାମଲା ୩୦୨ ଋଜୁ କରିବା ସହ ସ୍କୁଲର ପରିଚାଳକ ବିକାଶ ସିଂକୁ ଗୁରଫ କରିଛି  । ଏଭଳି ଘଟଣା ଘଟିବା ପରେ ସ୍କୁଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି  । ହଷ୍ଟଲରେ ରହୁଥିବା ପିଲାଙ୍କୁ ମଧ୍ୟ ତାଙ୍କ ଘରକୁ ପଠାଇ ଦିଆଯାଇଛି  । ସେପଟେ ଏଭଳି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି 

ମୃତକର ଦାଦା ରାମ ବାଲକ ପ୍ରସାଦ କହିଛନ୍ତି, ପୂର୍ବରୁ ମଧ୍ୟ ଥରେ ନିର୍ମମ ଭାବେ ମାଡ ମାରିଥିଲେ  । ଆମେ ସ୍କୁଲରେ ଅଭିଯୋଗ କରିବା ପରେ ସେମାନେ ଆଉ ଏଭଳି ଭୁଲ କରିବା ନାହିଁ ବୋଲି କହିଥିଲେ  । ଏହା ପରେ ସବୁ ଠିକ ଥିଲା  । କିନ୍ତୁ ସ୍କୁଲର ଶିକ୍ଷକ ବିକାଶ ସିଂ ତାଙ୍କ ପୁତୁରା ବିବେକ କୁମାରଙ୍କୁ ନିର୍ମମ ଭାବେ ମାଡ଼ ମାରିଛନ୍ତି  । କ୍ଲାସ ରୁମରୁ ମଧ୍ୟ ବାହାର କରିଦେଇଛନ୍ତି  । କିଛି ଘଣ୍ଟା ଧରି ଗେଟ ପାଖରେ ବିବେକ ବେହୋସ ହୋଇ ପଡ଼ି ରହିଥିବା ଦାଦା ଅଭିଯୋଗ ଆଣିଛନ୍ତି  ।

 ପିଲାଟି ବେହୋସ ହୋଇ ସ୍କୁଲ ଗେଟ ପାଖରେ ପଡିଥିବା ଗ୍ରାମର ଜଣେ ବ୍ୟକ୍ତି ଦେଖିଥିଲେ  । ପରେ ପରିବାରକୁ ଖବର ଦେଇଥିଲେ  । ପରିବାର ଲୋକ ମଧ୍ୟ ଥାନାରେ ଏନେଇ ଅଭିଯୋଗ କରିଥିଲେ  । ଅସୁସ୍ଥ ବିବେକକୁ ସ୍ଥାନୀୟ ମେଡିକାଲରେ ପ୍ରଥମେ ଚିକିତ୍ସା କରିବାକୁ ପୋଲିସ ପରମର୍ଶ ଦେଇଥିଲା  । କିନ୍ତୁ ସ୍ଥାନୀୟ ମେଡିକାଲରୁ ଅନ୍ୟ ଏକ ମେଡିକାଲକୁ ଯାଉଥିବାବେଳେ ବାଟରେ ହିଁ ପିଲାଟିର ମୃତ୍ୟୁ ଘଟିଥିବା ଦାଦା ରାମ ବାଲାକ ପ୍ରସାଦ କହିଛନ୍ତି  ।