ଘରୋଇ ହସ୍ପିଟାଲଙ୍କ ମୁଖ୍ୟ ଶାସନ ସଚିବଙ୍କ ଚେତାବନୀ,ହଟସ୍ପଟ୍ ଜିଲ୍ଲାର ରୋଗୀଙ୍କୁ ଫେରାଇବା ଅନୈତିକ
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ କିଛି ଜିଲ୍ଲା ହଟସ୍ପଟରେ ପରିଣତ ହୋଇଛନ୍ତି । ଏହି ଜିଲ୍ଲାଗୁଡିକରୁ ଅନ୍ୟ ଜିଲ୍ଲାକୁ ବିଶେଷକରି ଭୁବନେଶ୍ୱର ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଫେରାଇ ଦେଉଛନ୍ତି । ନିକଟରେ ବ୍ରହ୍ମପୁରରୁ ଆସିଥିବା ଜଣେ ରୋଗୀଙ୍କୁ ଭୁବନେଶ୍ୱରର କିଛି ଘରୋଇ ହସ୍ପିଟାଲ ଆଡମିଟ୍ କରିବାକୁ ମନା କରିଦେଇଥିଲେ । ଏହାକୁ ନେଇ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏବେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠି ଏନେଇ ଘରୋଇ ହସ୍ପିଟାଲ ଗୁଡିଙ୍କୁ ଚେତାବନୀ ଦେଇଛନ୍ତି ।
Patients needing medicare at hospitals/clinics need urgent attention. Instances have come of some pvt hospitals reluctant in admitting patients from hotspots districts It’s ethically wrong and illegal. Be informed Govt action against wrongdoers will be serious .@IPR_Odisha
— ChiefSecyOdisha (@SecyChief) July 18, 2020
ମୁଖ୍ୟ ଶାସନ ସଚୀବ ଆଜି ଘରୋଇ ହସ୍ପିଟାଲଙ୍କୁ ଏଭଳି ନକରିବା ପାଇଁ ପରାମର୍ଶ ଦେଇ କହିଛନ୍ତି ଯେ, ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଫେରାଇ ଦେବା ଅନୈତିକ ଓ ବେଆଇନ । ସେ କହିଛନ୍ତି ଯେ, କିଛି ଘରୋଇ ହସ୍ପିଟାଲ ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡମିଟ୍ କରିବା ପାଇଁ ଅମଙ୍ଗ ହେଉଥିବାର ନଜିର ସାମ୍ନାକୁ ଆସୁଛି । ଯାହା ଅନୈତିକ ଓ ବେଆଇନ । ଏଭଳି କରୁଥିବା ହସ୍ପିଟାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟ ଏବେ ୧୬୭୦୧ । ଏମାନଙ୍କ ମଧ୍ୟରୁ ୧୧୩୩୦ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ କେସ ୫୨୫୯ ରହିଛି । ସର୍ବାଧିକ ସଂକ୍ରମଣ ମାମଲା ଗଂଜାମରୁ ଆସୁଛି । ଏଭଳି ମାନବୀୟ ସଂକଟ ମଧ୍ୟରେ ଗଂଜାମ ଭଳି ହଟସ୍ପଟ୍ ଜିଲ୍ଲାର ରୋଗୀଙ୍କୁ ଭୟରେ ହେଉ କି ଅନ୍ୟ କାରଣରୁ ହେଉ କିଛି ଘରୋଇ ହସ୍ପିଟାଲ ଆଡମିଟ୍ କରିବାକୁ ମନା କରୁଛନ୍ତି ।