ବିଶ୍ବକପ୍ ପାଇଁ ଆଜିଠୁ ଅକ୍ଟୋବର ୩ ଯାଏଁ ଓ୍ବାର୍ମ ଅପ୍ ମ୍ୟାଚ୍

1 min read

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଅକ୍ଟୋବର ୩ ଯାଏଁ ଓ୍ବାର୍ମ ଅପ୍‌ ମ୍ୟାଚ୍‌ । ଇଂଲଣ୍ଡ ଓ ନେଦରଲ୍ୟାଣ୍ଡକୁ ଓ୍ବାର୍ମ ଅପ୍‌ରେ ଭେଟିବ ଭାରତ। ଆସନ୍ତାକାଲି ଗୁଆହାଟିରେ ଇଂଲଣ୍ଡ ବନାମ ଭାରତ ଓ୍ବାର୍ମ ଅପ୍‌ ମ୍ୟାଚ୍‌ । ଆନୁଷ୍ଠାନିକ ମ୍ୟାଚ୍‌ ପୂର୍ବରୁ ୧୦ଟି ଟିମ୍‌ ଖେଳିବେ ଦୁଇଟି ଲେଖାଏଁ ଓ୍ବାର୍ମ ଅପ୍‌ ମ୍ୟାଚ୍‌ । ଆଜି ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା-ବାଂଲାଦେଶ ଖେଳୁଛନ୍ତି ଅଭ୍ୟାସ ମ୍ୟାଚ୍‌ । ବିଶ୍ବକପ୍‌ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ଅକ୍ଟୋବର ୮ରେ ୫ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ ଜିତିଛି ଭାରତ । ଏସିଆ କିଙ୍ଗ୍‌ ହେବା ସହ କ୍ରିକେଟ୍‌ର ତିନିଟି ଫର୍ମାଟରେ ଭାରତ ବନିଛି ନମ୍ବର-୧ । ICC Cricket World Cup Warm-up Matches 2023 Full Schedule: Live Streaming,  Venues, Timings And More - News18

ବିଶ୍ବକପ୍‌ ସ୍କାର୍ଡକୁ ଫେରିଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ ।

୨୦୧୩ ପରଠୁ କୌଣସି ଆଇସିସି ଟ୍ରଫି ଜିତିପାରିନି ଟିମ୍‌ ଇଣ୍ଡିଆ । ଗତ ୧୦ ବର୍ଷର ନିରାଶାକୁ ବିଜୟରେ ରୂପାନ୍ତରିତ କରିବା ନେଇ ସଂକଳ୍ପବଦ୍ଧ ଭାରତ । ସେପଟେ ବିଶ୍ୱକପ ପାଇଁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଡାକରା । ଭାରତୀୟ ବିଶ୍ବକପ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଶ୍ୱୀନୀ। ପ୍ରାଥମିକ ବିଶ୍ବକପ୍ ଦଳ ଚୟନ ସମୟରେ ଅଶ୍ବିନଙ୍କୁ ବାଦ୍ ଦିଆଯାଇଥିଲା। କିନ୍ତୁ ଏସିଆ କପ୍ ସମୟରେ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ୍ ଆହତ ହେବାରୁ ଅଶ୍ବିନଙ୍କୁ ସୁଯୋଗ ମିଳିଥିଲା ।ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅଶ୍ବିନ ସ୍ପିନ୍ ବୋଲିଂର ନେତୃତ୍ବ ନେବା ସହ ଦମ୍‌ଦାର ପ୍ରଦର୍ଶନ କରିଥିଲେ।ଏପଟେ ଅକ୍ଷରଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ ତେଣୁ ଚୟନ ସମିତି ଅଶ୍ବୀନଙ୍କୁ ଭାରତୀୟ ବିଶ୍ବକପ୍ ଦଳରେ ସାମିଲ କରିଛି। ଏଥିପୂର୍ବରୁ ଅଶ୍ବିନ ୨୦୧୧, ୨୦୧୫ ବିଶ୍ବକପ୍ ସଂସ୍କରଣରେ ଭାରତୀୟ ଦଳର ସଦସ୍ୟ ଥିଲେ।