spot_img

Latest Posts

ଖୁବ୍ ଶୀଘ୍ର ଯୁଦ୍ଧର ଅନ୍ତ

ନନ୍ଦିଘୋଷ ବ୍ୟୁରୋ: – ପୁଣି ଏକ ଆଶା ଦେଖାଦେଇଛି । ଖୁବ୍ ଶୀଘ୍ର ଇରାନ ସହ ଯୁଦ୍ଧର ହେବ ଅନ୍ତ। ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେପଟେ ଆସନ୍ତାକାଲି ଇସଲାମବାଦରେ ପୁଣି ଆମେରିକା ଓ ଇରାନ ମଧ୍ୟରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ନେଇ ଚର୍ଚ୍ଚା । କଥାବାର୍ତ୍ତା ଲାଗି ୨ଟି ପ୍ରସ୍ତାବ ରଖିଛି ଆମେରିକା। ପ୍ରଥମ ସର୍ତ୍ତ ହେଲା – କଥାବାର୍ତ୍ତା ପୂର୍ବରୁ ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଖୋଲିବ। ଦ୍ବିତୀୟ ସର୍ତ୍ତ ହେଲା- ଇସାଲାମାବାଦ କଥାବାର୍ତ୍ତାରେ ବାହାରିଥିବା ନିଷ୍କର୍ଷକୁ ଇରାନ କର୍ତ୍ତୃପକ୍ଷ ସହମତି ପ୍ରକାଶ ସଂକ୍ରାନ୍ତରେ ରାଜିନାମା। ହର୍ମୁଜ ପ୍ରଣାଳୀରେ ଆମେରିକା ନୌସେନା ସ୍ତରରେ ଅବରୋଧ ଜାରି ରଖିଥିବାବେଳେ ଏହି କଥାବାର୍ତ୍ତା ଗୁରୁତ୍ବପୂର୍ଣ୍ଣ ହେବ। ଇରାନ ପକ୍ଷରୁ କୁହାଯାଇଛି- ଏହି ଆଲୋଚନାରେ ୱାଶିଂଟନ ଓ ତେହରାନର ପ୍ରତିନିଧି ସାମିଲ ହେବେ। ସେପଟେ ଇସ୍ରାଏଲ ଓ ଲେବାନନ ୱାଶିଂଟନରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି କଥାବାର୍ତ୍ତା ସକାରାତ୍ମକ ହୋଇଛି ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି । ତେଣେ ଚଳିତ ସପ୍ତାହରେ ସାଉଦିଆରବ ଓ ତୁର୍କୀ ଯାଇ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ହର୍ମୁଜ ପ୍ରଣାଳୀକୁ ନେଇ ଏବେବି ସ୍ଥିତି ଗମ୍ଭୀର ରହିଛି

Latest Posts

Don't Miss