spot_img

Latest Posts

ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ, ରାଫା ସୀମାନ୍ତ ସହାୟତା କେନ୍ଦ୍ର ଉପରେ ଆଇଡିଏଫ ଯବାନଙ୍କ ଆକ୍ରମଣ

ବ୍ୟୁରୋ ରିପୋର୍ଟ: ରମଜାନ ମାସରେ ମଧ୍ୟ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା। ଗତକାଲି ଗାଜାର ରାଫା ସୀମାନ୍ତ ସହାୟତା କେନ୍ଦ୍ର ଉପରେ ହମଲା କରିଥିଲା ଇସ୍ରାଏଲ। ଏଥିରେ ୧୨ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ରାଫାରେ ଥିବା ଜାତିସଂଘର ସହାୟତା କେନ୍ଦ୍ର ଉପରେ ହୋଇଥିଲା ଆକ୍ରମଣ। ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି। ସେହିପରି ୱେଷ୍ଟବ୍ଯାଙ୍କ୍ ଅଞ୍ଚଳରେ ମଧ୍ୟ ଇସ୍ରାଏଲ ସେନା ଜୋରଦାର ସୈନ୍ୟ ଅଭିଯାନ ଜାରି ରଖିଛି। ସେଠାରେ ୨ ଶିଶୁଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ଯୁ ହୋଇଛି।

ଲେବାନନ ଉପରେ ମଧ୍ଯ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି। ଏଥିରେ ହିଜବୁଲ୍ଲାର ୨ ସଦସ୍ୟଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଲଗାତର ଦୁଇ ଦିନ ଧରି ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୭୩ ହଜାରରୁ ଅଧିକ ଆହତ ହୋଇଛନ୍ତି।

ହମାସ ଆକ୍ରମଣରେ ଇସ୍ରାଏଲର ୧୧ଶହ ୩୯ ଜଣଙ୍କର ମୃତ୍ଯୁ ହୋଇଥିଲା । ଏହାପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ। ହମାସ ଆତଙ୍କଙ୍କ ପାଖରେ ଏବେବି ଅନେକ ଇସ୍ରାଏଲ ପଣବନ୍ଦୀ ରହିଛନ୍ତି। ସେମାନଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି କହିଛି ଇସ୍ରାଏଲ।

Latest Posts

Don't Miss