ପ୍ରତିଶୋଧ ନିଆଁରେ ଜଳୁଛି ୟୁକ୍ରେନ୍‌, ଋଷ୍‌ ସହରରେ ବୋମାମାଡ଼

1 min read

ନୂଆଦିଲ୍ଲୀ:  ପ୍ରାୟ ୧ ମାସ ହେବ ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ହେଲେ ଏପର୍ଯ୍ୟନ୍ତ ୟୁକ୍ରେନର ରାଜଧାନୀ କିଭକୁ କବଜା କରିପାରିନାହିଁ ଋଷ୍‌ । ସୈନ୍ୟଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିଙ୍କ ଜୀବନ ଯାଉଛି । ସମାଧାନର ରାସ୍ତା ବାହାରୁନାହିଁ । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ୟୁକ୍ରେନର ୨ଟି ହେଲିକପ୍ଟର ରୁଷୀୟ ସହର ବେଲଗୋରୋଡ୍ ଉପରେ ଆକ୍ରମଣ କରିଥିବା ରୁଷ ଦାବି କରିଛି ।ଏହାର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ।

ଏହାକୁ ନେଇ ୟୁକ୍ରେନ୍‌ ସରକାର ଆନୁଷ୍ଠାନିକ ଭାବରେ ରାଜି ହୋଇନାହାଁନ୍ତି । କିନ୍ତୁ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମୁଖପାତ୍ର ଉତକ୍ଷିପ୍ତ ହୋଇ କହିଛନ୍ତି ବର୍ତ୍ତମାନର ସ୍ଥିତିକୁ ନଜର ଦେଲେ ଆଉ ଶାନ୍ତିରେ ଆଲୋଚନା ହେବାଭଳି ମନେ ହେଉନି ।

ସୂଚନା ଅନୁସାରେ ୟୁକ୍ରେନର ଦୁଇଟି ଯୁଦ୍ଧ ହେଲିକପ୍ଟର ବେଲଗୋରୋଡରେ ଥିବା ଏକ ଏୟାରପୋର୍ଟ ଉପରେ ଆକ୍ରମଣ କରିବା ସହ ତୈଳ ଡିପୋ ଉପରେ ବୋମାମାଡ ହୋଇଛି । ଏୟାରପୋର୍ଟ ନିକଟରେ ଥିବା ତୈଳ ଡିପୋରେ ନିଆଁ ଲାଗିଯାଇଛି । ରୁଷ ମିଲିଟାରି ପକ୍ଷରୁ ଏହି ଆକ୍ରମଣ ସଂପର୍କିତ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଆକ୍ରମଣ ପରେତୈଳ ଡିପୋରେ ପ୍ରବଳ ବେଗରେ ନିଆଁ ଜଳୁଥିବା ଦେଖାଯାଉଥିବା ଦେଖାଯାଉଛି ।

 

ରୁଷ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଳ୍ପ ଉଚ୍ଚତାରୁ ତୈଳ ଡିପୋ ଓ ଏୟାରପୋର୍ଟକୁ ମିସାଇଲ ନିକ୍ଷେପ କରାଯାଇଥିଲା । ଏହା ଦ୍ୱାରା ତୈଳ ଡିପୋରେ ବଡ଼ ବିସ୍ଫୋରଣ ହୋଇଥିଲା । ତେବେ ଏହି ଆକ୍ରମଣରେ ଏୟାରପୋର୍ଟର ବିଶେଷ କ୍ଷତି ହୋଇନଥିବା କହିଛନ୍ତି ଗଭର୍ଣ୍ଣର ଗ୍ଲଡକୋଭ୍‌ ।

ଅନ୍ୟପକ୍ଷରେ ଏହି ଆକ୍ରମଣ ସଂପର୍କରେ ୟୁକ୍ରେନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ୟୁକ୍ରେନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ ଏସମ୍ପର୍କିକ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ । ରୁଷ ପକ୍ଷରୁ କୁହାଯାଇଛି ।  ତେବେ ଏହି ବିସ୍ଫୋରଣରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିବା କହିଛନ୍ତି ଗଭର୍ଣ୍ଣର ଗ୍ଲଡକୋଭ୍‌ ।