ବୟସର ଅପରାହ୍ନରେ ଚାଲି ଚାଲି ଭାରତ ଭ୍ରମଣ, ଇଚ୍ଛାଶକ୍ତି ଯୋଗାଉଛି ପାଦକୁ ଚାଲିବାର ଇନ୍ଧନ

ଭୁବନେଶ୍ୱର: ୬୦ ବର୍ଷ ବୟସରେ ଲୋକେ ରିଟାୟରମେଣ୍ଟ କଥା ଚିନ୍ତା କରନ୍ତି । ଘରେ ଆରାମ କରି ବାକି ଜୀବନ ଝୁଲନ୍ତା ଚେୟାରେ ବସି ଦିନ କାଟନ୍ତି । ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ  ବୟସର ଅପରାହ୍ନରେ ମଧ୍ୟ ବେସ ସତେଜ । ମନରେ ଥିବା ଦୃଢ଼ ଇଚ୍ଛା ପାଦକୁ ଶକ୍ତି ଯୋଗାଉଛି । ଥକି ପଡ଼ିବା ବୟସରେ ଭାସି ଚାଳିଛନ୍ତି ଭ୍ରମଣର ସୁଅରେ । ସାରା ଭାରତବର୍ଷକୁ ପାଦରେ ଚାଲି ଚାଲି ଭ୍ରମଣ କରିବାରେ ଲାଗି ପଡ଼ିଛନ୍ତି । ଦାସୁ ଦା ନାମରେ ପରିଚିଚ ଏହି ବ୍ୟକ୍ତି ଏବେ କୋଲକାତାରୁ ବାହାରି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଦେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଦାସୁ ଦା, ନାଁ ଯେମିତି କାମ ବି ଠିକ୍‌ ସେମିତି । ୬୦ ବର୍ଷ ବୟସରେ ବି ସେ ୧୬ ବର୍ଷ ଯୁବକର ବଳ ରଖିଛନ୍ତି ନିଜ ପାଖରେ । ପାଦରେ ଚାଲି ଚାଲି ଭ୍ରମଣ କରୁଛନ୍ତି ସାରା ଭାରତ । ପଶ୍ଚିମବଙ୍ଗର ଠାକୁର ଦାସ ସାସମଲ, ଦାସୁ ଦା ନାଁରେ ବେଶ ଜଣାଶୁଣା । ସାରା ଭାରତ ବୁଲିବା ପରେ ସେ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଗକୁ ତାଙ୍କୁ କୋଲକାତାରେ ପହଞ୍ଚିବା ପାଇଁ ଆହୁରି ୧୫ ଦିନ ସମୟ ଲାଗିବ ।

କୋଲକାତାରେ ପହଞ୍ଚିବା ପରେ ତାଙ୍କର ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଛନ୍ତି । ଏହି ଅଭିଯାନରେ ସେ ପ୍ରତିଦିନ ପାଖାପାଖି ୫୦ କିମି ଅତିକ୍ରମ କରିଥାନ୍ତି । ୧୯୯୪ ମସିହାରୁ ସେ ଭାରତ ଭ୍ରମଣ ଅଭିଯାନ ଚଳାଇଆସିଛନ୍ତି । ଏହା ପୂର୍ବରୁ ଦାସୁ ଦା ବାଇକ ଓ ସାଇକଲେରେ ଭାରତ ଭ୍ରମଣ କରିସାରିଛନ୍ତି । ପୂର୍ବରୁ ପାଦରେ ଚାଲି ଚାଲି ଏତେ କମ ଦିନ ଭିତରେ କେହି ଭ୍ରମଣ କରିନଥିବା ବେଳେ ସେ ଏହି ରେକର୍ଡ ନିଜ ନାଁରେ କରିବାରୁ ଆଶାବାଦୀ ଅଛନ୍ତି ।

ଦାସୁ ଦା ଚଳିତ ଥର ବିଦେଶରେ ଭ୍ରମଣ କରି ନିଆରା ରେକର୍ଡ କରିବେ ବୋଲି ମନ ବଳାଇଥିଲେ । ହେଲେ କରୋନା କାରଣରୁ ବିଦେଶ ଯିବା ସମ୍ଭବ ହେଲା ନାହିଁ ।

Leave a Reply