spot_img

Latest Posts

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା : ଆତ୍ମସମର୍ପଣ କରି ପାରନ୍ତି କିରଣ ଗୋସାଭି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସ ନିକଟରେ ଆତ୍ମସମର୍ପଣ କରିପାରନ୍ତି ମୁମ୍ବାଇ ଡ୍ରଗ୍ସ ମାମଲାର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତି କିରଣ ଗୋସାଭି। କ୍ରୁଜ ଜାହାଜରେ ରେଡ୍ ବେଳେ ଏନସିବି ଲାଗି ସାକ୍ଷୀ ପଡିଥିବା ଗୋସାଭି ଖୁବ୍ ଶୀଘ୍ର ସରେଣ୍ଡର କରିବେ ବୋଲି ସୂଚନା ମିଳିଛି। ତାଙ୍କ ବିରୋଧରେ ମଧ୍ୟ ଲୁକଆଉଟ୍ ନୋଟିସ ଜାରି କରାଯାଇଛି। ମହାରାଷ୍ଟ୍ରରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଲକ୍ଷ୍ମୌ ପୋଲିସ ନିକଟରେ ଆତ୍ମସମର୍ପଣ କରିପାରନ୍ତି। ଏନେଇ ସେ ଏକ ଭିଡିଓ ମଧ୍ୟ ରିଲିଜ କରିଛନ୍ତି। ତେବେ ଏସମ୍ପର୍କରେ ଲକ୍ଷ୍ନୌ ପୋଲିସ ପକ୍ଷରୁ କିଛି କୁହାଯାଇନାହିଁ ।

ପୂର୍ବରୁ ଲକ୍ଷ୍ନୌ ପୋଲିସ କମିଶନର କହିଥିଲେ-ଗୋସାଭିଙ୍କ ବିରୋଧରେ କୌଣସି ପଦକ୍ଷେପ ନେବା ଲକ୍ଷ୍ନୌ ପୋଲିସର ଅଧିକାର ବାହାରେ। ଗୋସାଭିଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷକ ପ୍ରଭାକର ସାଇଲ ଅଭିଯୋଗ କରିଥିଲେ ଯେ ଗୋସାଭି ଓ ସାମ ଡି ସୌଜାଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହୋଇଥିଲା। ଏଥିରେ ଆର୍ଯ୍ୟନ ଖାନଙ୍କ ମୁକ୍ତି ଲାଗି ଏନସିବି ୨୫ କୋଟି ଟଙ୍କା ଦାବି କରିଥିବା ବେଳେ ୧୮ କୋଟି ଟଙ୍କାରେ ଡିଲ ଚୂଡାନ୍ତ ହୋଇଥିଲା। ସେଥିରୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କୁ ୮ କୋଟି ଟଙ୍କା ଦେବା ଲାଗି ଦୁଇ ଜଣ କଥା ହୋଇଥିଲେ। ପରେ ପ୍ରଭାକର ଏହି ମତ ବଦଳାଇଥିଲେ।

Latest Posts

Don't Miss