ଆପଣଙ୍କ ଆଧାର କାର୍ଡ଼ରେ ଆଉ କାହାର ମୋବାଇଲ ନମ୍ବର ଲିଙ୍କ୍‌ ହୋଇନାହିଁ ତ ? କେମିତି ଜାଣିବେ ?

1 min read

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏମିତି କିଛି ନିୟମ ହୋଇଛି ଯାହାକୁ ମାନିବା ବାଧ୍ୟତାମୂଳକ । ଯଦି ସେହି ମଧ୍ୟରୁ କିଛଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆମ ନିକଟରେ ନଥା, ତେବେ ହେବାକୁ ଥିବା କାମ ଅଧା ହୋଇ ରହିଯାଏ । ଏଇ ଯେମିତି ଭୋଟର ଆଇଡି, ପ୍ୟାନ୍‌ କାର୍ଡ଼ ଏବଂ ଆଧାର କାର୍ଡ଼ ଇତ୍ୟାଦି । ଏ ସବୁ ସମସ୍ତଙ୍କ ନିକଟରେ ରହିବା ଜରୁରୀ ଏବଂ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି । ପୂର୍ବରୁ ଆଧାର କାର୍ଡ଼ ସହିତ ମୋବାଇଲ ନମ୍ବର ଲିଙ୍କ୍‌ କରାଯାଉନଥିଲା । କିନ୍ତୁ ପରେ ଏହାକୁ ବାଧ୍ୟତାମୂଳକ କରାଗଲା । କିନ୍ତୁ ଏହାକୁ ନେଇ ମଧ୍ୟ ଲୋକେ ଠକାମିର ଶିକାର ହୁଅନ୍ତି । ନିକଟରେ ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣକ ଆଧାର ନମ୍ବରରେ ଅନ୍ୟ କାହାର ମୋବାଇଲ ନମ୍ବର ଲିଙ୍କ୍‌ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ସସମ୍ୟାକୁ ଦୂର କରିବା ପାଇଁ ଦୂର ସଞ୍ଚାର ବିଭାଗ ଏକ ପୋର୍ଟାଲ ଜାରି କରିଛନ୍ତି ।  ଯେଉଁଥିରୁ ଆପଣ ଜାଣିପାରିବେଯେ, ଆପଣଙ୍କ ଆଧାର କାର୍ଡ଼ ସହିତ କେତେ ଲୋକଙ୍କ ନମ୍ବର ଲିଙ୍କ୍‌ ହୋଇଛି  ।

୧…ଯଦି ଆପଣ ଜାଣିବାକୁ ଚାହୁଁଛନ୍ତିଯେ, ଆପଣଙ୍କ ଆଧାର ନମ୍ବର ସହ କେଉଁ କେଉଁ ମୋବାଇଲ ନମ୍ବର ଲିଙ୍କ୍‌ ହୋଇଛି ତେବେ, ଆପଣଙ୍କୁ ପ୍ରଥମେ https://tafcop.dgtelecom.gov.in/ ଓ୍ୱେବସାଇଟକୁ ଯିବାକୁ ପଡ଼ିବ ।

2…ଏହି ସାଇଟକୁ ଯିବାପରେ ଆପଣଙ୍କୁ ସ୍କ୍ରିନ୍‌ ଉପରେ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଧ୍ୟାନ ରଖିବେ ଯେପରି ଆପଣଙ୍କ ଆଧାର କାର୍ଡ଼ରେ ଦିଆଯାଇଥିବା ମୋବାଇଲ ନମ୍ବର ଆପଣ ସ୍କ୍ରିନରେ ଦେବେ ।

୩… ଏବେ ମୋବାଇଲ ନମ୍ବର ଦେବାପରେ ରିକ୍ୱେଷ୍ଟ ଓଟିପି ଥିବା ବିକଳ୍ପରେ କ୍ଲିକ୍‌ କରିବାକୁ ପଡ଼ିବ । ଏବେ ଆପଣଙ୍କ ମୋବାଇଲକୁ ଏକ ଓ୍ୱାନ୍‌ ଟାଇମ୍‌ ପାସଓ୍ୱର୍ଡ଼ ଆସିବ ।

୪..ଏବେ ଆସିଥିବା ଓଟିପିକୁ ଦେବାକୁ ପଡ଼ିବ । ଏବେ ଆପଣଙ୍କ ଆଧାର କାର୍ଡ଼ରେ ଲିଙ୍କ୍‌ ହୋଇଥିବା ମୋବାଇଲ ନମ୍ବର ଦେଖିବାକୁ ମିଳିବ ।

୫…ଧ୍ୟାନ ରଖିବେଯେ, ସେଥିରେ ଥିବା ଭିନ୍ନ ମୋବାଇଲ ନମ୍ବରକୁ ହଟାଇବା ପାଇଁ ଆପଣ ରିପୋର୍ଟ କରିପାରିବେ ।