ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୪ ମୃତ

1 min read

ଲଗାଣ ବର୍ଷା ନେଲା ଜୀବନ । ବଙ୍ଗୋପସାଗରରେ ସୃଷ୍ଟ  ଲଘୁଚାପ ପ୍ରଭାବରେ ଦୁଇଦିନ ହେବ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁଁ ବହୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେସ୍ୱରପୁର ନୂଆସାହି ଗାଁରେ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ କାନ୍ଥ ତଳେ ଚାପି ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାଁ କୈଳାସ ସାମଲ ।

ସେହିପରି ବାଲେଶ୍ୱରର କାଲିକା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ହୋଇଛି  । ମୃତକ ଜଣକ ହେଉଛନ୍ତି ବାଲେଶ୍ବର ଭଦୁଆ ଗାଁର ରବୀନ୍ଦ୍ର ବାରିକ । ପୁରୀରେ ମଧ୍ୟ ଲଗାତର ବର୍ଷା ଯୋଗୁଁ ଆଜି କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି  କୁମ୍ଭାରପଡା ଅଞ୍ଚଳର ରସାନନ୍ଦ ବିଶୋଇ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବସନ୍ତକୁରା ଗାଁରେ ବର୍ଷା କାରଣରୁ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଘରେ ଶୋଇଥିବା ବେଳେ କାନ୍ଥପଡ଼ି ମୃତ୍ୟୁ ହୋଇଛି । ')}

Leave a Reply