ୱାଜିଦ ଖାନଙ୍କ ପରିବାର ଦେଲେ ସୂଚନା, କରୋନାରେ ନୁହେଁ ହୃଦଘାତରେ ହୋଇଥିଲା ମୃତ୍ୟୁ

1 min read

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ସଙ୍ଗୀତକାକ ୱାଜିଦ ଖାନଙ୍କ ମୃତ୍ୟୁ ଖବର ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା । ଶୁଣିବାକୁ ମିଳୁଥିଲା ଯେ ତାଙ୍କ ମୃତ୍ୟୁ କରୋନା ଭାଇରସ କାରଣରୁ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ କିଡନୀ ସମସ୍ୟା ଯୋଗୁଁ ହୋଇଥିବା ସୂଚନା ଆସିଛି । ଏହାସହ କୁହାଯାଉଛି ଯେ ଚିକିତ୍ସା ହେଉଥିବା ବେଳେ ତାଙ୍କର କରୋନା ଟେଷ୍ଟ୍ ହେଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ ଆସିଥିଲା । କିନ୍ତୁ ବର୍ତ୍ତମାନ ଏହି ଖବର ଉପରେ ୱାଜିଦ ଖାନଙ୍କ ପରିବାର ଏକ ସ୍ପଷ୍ଟୀକରଣ ଦେଇ ଏହି ଖବରରେ ପୂର୍ଣ୍ଣଛେଦ ଲଗାଇଛନ୍ତି । ପରିବାର ପକ୍ଷରୁ କୁହାଯାଇଛି ଯେ ୱାଜିଦ ଖାନଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିଲା ।

https://www.instagram.com/p/CBDUmZqFl0u/?utm_source=ig_embed

ୱାଜିଦ ଖାନଙ୍କ ଭାଇ ସାଜିଦ ଖାନ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଏହି ଖବର ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି ଯେ, ‘ଆମ ପ୍ରିୟ ୱାଜିଦର ମୃତ୍ୟୁ ଜୁନ ୧ ତାରିଖ ରାତି ୧୨ଟା ୩୦ ମିନିଟରେ ସୁରାନା ସେଠିୟା ଡାକ୍ତରଖାନାରେ ହୃଦଘାତ ଯୋଗୁଁ ହୋଇଥିଲା । ମୃତ୍ୟୁ ବେଳେ ତାଙ୍କୁ ୪୭ ବର୍ଷ ହୋଇଥିଲା । ପୂର୍ବବର୍ଷ ତାଙ୍କର ଏକ ସଫଳ କିଡନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ହୋଇଥିଲା ଏବଂ ସେ ଥ୍ରୋଟ୍ ଇନଫେକ୍ସନ ପାଇଁ ଚିକିତ୍ସିତ ହେଉଥିଲେ ।’ ତେବେ ସାଜିଦ ଖାନଙ୍କ ମୃତ୍ୟୁ କରୋନା ଭାଇସର ଯୋଗୁଁ ହୋଇଥିଲା ନେଇ ପୋଷ୍ଟରେ କୌଣସି ଉଲ୍ଲେଖ କରାଯାଇନଥିଲା ।

ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନଙ୍କ ପରଲୋକ… ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ବିୟୋଗ

ଜଣାଇ ରଖୁଛୁ ଯେ, ବଲିଉଡରେ ସାଜିଦ-ୱାଜିଦଙ୍କ ଯୋଡ଼ି ଖୁବ ଚର୍ଚ୍ଚିତ ଥିଲା । ସେ ସର୍ବପ୍ରଥମେ ୧୯୯୮ ମସିହାରେ ସଲମାନଖାନଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କ୍ୟା’ ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୯୯ରେ ସେ ସୋନୁ ନିଗମଙ୍କ ଆଲବମ ‘ଦିୱାନା’ ପାଇଁ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ଯେଉଁଥିରେ ‘ଦିୱାନା ତେରା’, ‘ଅବ ମୁଝେ ରାତ ଦିନ’ ଏବଂ ‘ଇସ୍ କଦର ପ୍ୟାର ହେ’ ଭଳି ସଙ୍ଗୀତ ସାମିଲ ହୋଇଥିଲା । ସେହି ବର୍ଷ ସେମାନେ ‘ହେଲୋ ବ୍ରଦର’ ପାଇଁ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।

Leave a Reply