ମାନବ ଆଗରୁ ରୋବଟକୁ ମହାକାଶରେ ପହଞ୍ଚାଇବ ଇସ୍ରୋ

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବାବେଳେ ଭାରତୀୟଙ୍କ ଗର୍ବର ବିଷୟ ପାଲଟିଛି । ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଇସ୍ରୋର ଆଗାମୀ ମିଶନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଇସ୍ରୋ ପକ୍ଷରୁ ମହାକାଶର ଅନ୍ତରୀକ୍ଷକୁ ପ୍ରଥମ ମହିଳା ରୋବଟ ଯିବ । ଏହି ମହିଳା ରୋବଟର ନାମ ହେଉଛି ଭେମମିତ୍ର । ଏହି ମହିଳା ରୋବଟକୁ ପଠାଇବା ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହି ଭୋମମିତ୍ର ଦୁଇଟି ଅର୍ଥରୁ ଆସିଛି । ଗୋଟିଏ ହେଉଛି ଭୋମ ଏବଂ ଅନ୍ୟଟି ମିତ୍ର । ଭୋମର ଅର୍ଥ ହେଉଛି ସ୍ପେସ ଏବଂ ମିତ୍ରର ଅର୍ଥ ହେଉଛି ବନ୍ଧୁ । ଏହାର ଅର୍ଥ ହେଉଛି ମହାକାଶର ବନ୍ଧୁ ।

ସେପଟେ ଇସ୍ରୋର ଗଗନଯାନ ମିଶନକୁ ନେଇ ଯଦି କହିବା ତାହେଲେ ଏହା ହେଉଛି ପ୍ରଥମ ମାନବକୃତ୍ୟ ମିଶନ । ଏହି ରୋବଟକୁ ମଣିଷର ରୂପ ଦିଆଯାଇଛି । ଏହି ରୋବଟର ଅଙ୍ଗ ପ୍ରତ୍ୟଙ୍ଗ ଅବିକଳ ମଣିଷ ଭଳି ହୋଇଛି । ପ୍ରଥମ ରୋବଟ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ମହାକାଶଚାରମାନେ ଯିବେ । ଏହି ରୋବଟଟି ଅପଡେଟ ଭର୍ସନ ହୋଇଥିବାବେଳେ ସମସ୍ତ ପ୍ରଶ୍ନର ଉତ୍ତର ଦେବାର ସକ୍ଷମ ମଧ୍ୟ ରହିଛି । ଏହା ବୈଜ୍ଞାନିକଙ୍କ ସହ କଥାବାର୍ତ୍ତା କରିବା ସହ ଅପଡେଟ ମଧ୍ୟ ଦେବ ।